Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୫ବର୍ଷ କାର୍ଯ୍ୟକାଳ ପୁରଣ କରିବାରେ ତ୍ରିବେନ୍ଦ୍ରମ ମଧ୍ୟ Fail !

9/03/2021 at 8:18 PM

ଡେରାଡୁନ ୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂହ ରାୱତ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଫଳରେ ୫ ବର୍ଷ ଶାସନ ସମ୍ଭାଳିବାରେ ତ୍ରିବେନ୍ଦ୍ର ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଦେଶର ଉତ୍ତରାଖଣ୍ଡ ଏପରି ଏକ ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ କୌଣସି  ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୂର୍ଣ୍ଣ କରିବାରେ ସକ୍ଷମ ହୋଇ ନାହାନ୍ତି। ଏଥିରେ ଏବେ ତ୍ରିବେନ୍ଦ୍ର ସିଂହ ରାଓତଙ୍କ  ମଧ୍ୟ ସେହି ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ନିଜ ନାମ ଲେଖାଇଛନ୍ତି ଯେଉଁମାନେ ମାତ୍ର କିଛି କିଛି କାଳ ଶାସନ କରି ପଦ ଛାଡିବାକୁ ବାଧ୍ୟ ହୋଇଥିଲେ। 

ନିତ୍ୟାନନ୍ଦ ସ୍ୱାମୀ

ତ୍ରିବେନ୍ଦ୍ର ସିଂହ ରାଓତ ୧୮ ମାର୍ଚ୍ଚ ୨୦୧୭ରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ।  ୨୦୨୨ରେ ତାଙ୍କ ସରାକର ପୁଣି ନିର୍ବାଚନକୁ ଯିବା କଥା। ହେଲେ ସରକାର ୪ ବର୍ଷରେ ପଦାର୍ପଣ କରିବାକୁ ଯିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ୨୦୦୦ରେ ଉତ୍ତରାଖଣ୍ଡକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିଥିଲା। ପ୍ରଥମେ ନିତ୍ୟାନନ୍ଦ ସ୍ୱାମୀଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢିଥିଲା। ହେଲେ ନିତ୍ୟାନନ୍ଦଙ୍କୁ ନେଇ ରାଜ୍ୟରୁ ଆରମ୍ଭ କେନ୍ଦ୍ର ପର୍ଯ୍ୟନ୍ତ ଅସନ୍ତୋଷ ଏତେ ବ୍ୟାପିଯାଇଥିଲାଯେ କେନ୍ଦ୍ର ସରକାର ତାଙ୍କୁ ହଟାଇ ଭଗତ ସିଂହ କୋସ୍ୟାରୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ।

ନାରାୟଣଦତ୍ତ ତିୱାରୀ

୨୦୦୨ରେ ରାଜ୍ୟ ପୁଣି ଥରେ ନିର୍ବାଚନକୁ ଯାଇଥିବା ବେଳେ ବିଜେପିର ପରାଜୟ ସହ କୋସ୍ୟାରୀ ମଧ୍ୟ ରାଜନୀତିରେ ପରିତ୍ୟକ୍ତ ହୋଇଯାଇଥିଲେ। ରାଜ୍ୟରେ କଂଗ୍ରେସ ସରକାର ଗଢିଥିବା ବେଳେ ନାରାୟଣ ଦତ୍ତ ତିୱାରୀ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ରାଜ୍ୟକୁ ପୂର୍ଣ୍ଣ ୫ ବର୍ଷ କାଳ ସରକାର ଦେଇପାରିଥିଲେ।  ତେବେ ୨୦୦୭ ମସିହା ବିଧାସଭା ନିର୍ବାଚନରେ କଂଗ୍ରେସକୁ ଜନାଦେଶ ମିଳିନଥିଲା। ଫଳରେ ବିଜେପି ପୁଣି ସରକାର ଗଢିଥିବା ବେଳେ ଭୁବନ ଚନ୍ଦ ଖଣ୍ଡୁରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଭୁବନଚନ୍ଦ ଖଣ୍ଡୁରୀ

ଖଣ୍ଡୁରୀ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟର ସମସ୍ତ ୫ଟି ଜାକ ଲୋକସଭା ଆସନ ହାତେଇ ନେଇଥିଲା। ଏଣୁ ଖଣ୍ଡୁରୀ ଏଥିପାଇଁ ନୈତିକ ଭାବେ ନିଜକୁ ଦାୟି କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ସେ ମଧ୍ୟ ସରକାରକୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଚଳାଇ ନପାରି ଇସ୍ତଫା ଦେଇଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ପଦରେ ଖଣ୍ଡୁରୀଙ୍କର ପୁଣି ପ୍ରତ୍ୟାବର୍ତ୍ତନ ହୋଇଥିଲା।

ବିଜୟ ବହୁଗୁଣା (ବାମ), ହରିଶ ରାୱତ (ଡାହାଣ)

ଖଣ୍ଡୁରୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ୨୦୧୨  ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାସ୍ତ ହୋଇଥିଲା। ଫଳରେ ବିଜୟ ବହୁଗୁଣାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଫେରିଥିଲା। ହେଲେ ୨୦୧୩ କେଦାରନାଥ ବିପର୍ଯ୍ୟୟ ତାଙ୍କ ପଦବୀ ନେଇଯାଇଥିଲା। ହରିଶ ରାୱତଙ୍କ ଉପରେ ରାଜ୍ୟର ଶାସନ ଦାୟିତ୍ୱ ନ୍ୟସ୍ତ ଥିବା ବେଳେ ୨୦୧୭ ନିର୍ବାଚନରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ନେତୃତ୍ୱରେ ବିଜେପି ସରକାର ଗଢିଥିଲା। ହେଲେ ସରକାର ୪ ବର୍ଷରେ ପାଦ ଥାପିବା ପୂର୍ବରୁ ତ୍ରିବେନ୍ଦ୍ର ପଦତ୍ୟାଗ କରିଛନ୍ତି।  

   Related Posts