Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ପାପା ଡ୍ୟୁକସ୍, ଭଗବାନ ତୁମକୁ ଖୁସି ଓ ଦୀର୍ଘ ଜୀବନ ଦିଅନ୍ତୁ’ : ସଞ୍ଜୟ ଦତ୍ତଙ୍କୁ ଝିଅ ତ୍ରିଶଳାଙ୍କ ଜନ୍ମଦିନ ଶୁଭେଚ୍ଛା

29/07/2020 at 3:15 PM

ମୁମ୍ବାଇ ୨୯/୭: ଆଜି ସଞ୍ଜୟ ଦତ୍ତଙ୍କ ଜନ୍ମଦିନ । ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨’ରେ ତାଙ୍କ ଅଧୀରା ଲୁକକୁ ରିଲିଜ କରି ଦିଆଯାଇଛି। ଏଥି​ରେ ସେ ଅତ୍ୟନ୍ତ ଭୟଙ୍କର ଅନ୍ଦାଜରେ ନଜର ଆସୁଛନ୍ତି। ସଞ୍ଜୟ ଦତ୍ତ ନିଜ ଭୟଙ୍କର ରୂପକୁ ଦେଖାଇବା ପାଇଁ ନିଜ ଜନ୍ମଦିନକୁ ବାଛିଥିଲେ କିନ୍ତୁ ତାଙ୍କ ଝିଅ ତ୍ରିଶଳା ଦତ୍ତ ତାଙ୍କୁ ସୁନ୍ଦର ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କ ବାପାଙ୍କ ଡ୍ୟାସିଂ ଫଟୋ ମଧ୍ୟ ସେୟାର କରିଛନ୍ତି।

ତ୍ରିଶଳା ଦତ୍ତ ବାପା ସଞ୍ଜୟ ଦତ୍ତଙ୍କୁ ଜନ୍ମଦିନ ଓ୍ବିଶ୍ କରି ଲେଖିଛନ୍ତି- ‘ହ୍ୟାପି ବାର୍ଥଡେ ପାପା ଡ୍ୟୁକସ…ଭଗବାନ ଆପଣଙ୍କୁ ଦୀର୍ଘ ଆନନ୍ଦମୟ ଏବଂ ସୁସ୍ଥ ଜୀବନ ଦିଅନ୍ତୁ। ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଆନ୍ତି,ପାଇବେ ଏବଂ ଏହା ସୀମାହୀନ। ଚିୟର୍ସ ପପ୍ସ…କିଛି ସମୟରେ ଫେସଟାଇମ୍ କରିବେ। ଆପଣଙ୍କ ଦିନ ସୁନ୍ଦର ହେଉ। ଏପରି ତ୍ରିଶଳା ଦତ୍ତ ବାପାଙ୍କୁ ମ୍ୟାସେଜ କରିଥିଲେ ଏବଂ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

   Related Posts