ଜଗତସିଂହପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମ ଲୁଟ ଘଟଣାରେ ୪ ଲୁଟେରା ଗିରଫ

Published By : Prameya-News7 Bureau | June 05, 2018 IST

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସହର ହାଟ ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମ ଲୁଟ ଘଟଣାରେ ଜଗତସିଂହପୁର ପୋଲିସକୁ ମିଳିଛି ସଫଳତା ।ଏହି ଘଟଣାରେ ଜଗତସିଂହପୁର ପୋଲିସ ୪ ଜଣ ଏଟିଏମ ଲୁଟେରାଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ।ଗିରଫ ଏଟିଏମ ଲୁଟେରା ମାନେ ହେଲେ ତିର୍ତୋଲ ଥାନା ଛପଡା ଗାଁର ସିଲୁ @ ଅସିତ କାଣ୍ଡି, ଧୂଆଁପାରି ଗାଁର ବାବୁନା @ ସୁଶାନ୍ତ ସାହୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଚ୍ଛାପୁର ଗାଁର ବିଟୁ @ ବିଶ୍ୱଜିତ ଦାସ,ସୋଲେପାଟ ଗାଁର ପିଣ୍ଟୁ @ ଶୁଭ୍ରଜିତ ପରିଡା ।ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଗତ ମେ ମାସ ୧୧ ତାରିଖ ରାତିରେ ମୁଳି ସିଂ ସହରହାଟ ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମ ଭାଙ୍ଗି ୧୨ ଲକ୍ଷ ୨୩ ହଜାର ୬୦୦ ଟଙ୍କା ଲୁଟ କରିଥିଲେ ।ଏ ସମ୍ପର୍କରେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ହରିଷ ଚନ୍ଦ୍ର ନାୟକ ତିର୍ତୋଲ ଥାନାରେ ମେ ୧୨ ତାରିଖରେ ଏହି ବାବଦରେ ଏତଲା ଦେଇଥିଲେ ।ପୋଲିସ ଲୁଟେରା ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨ଲକ୍ଷ ୪୭ ହଜାର ନଗଦ ଟଙ୍କା ,୪ଟି ମୋବାଇଲ,5 ଟି କମ୍ପ୍ୟୁଟର ,ଲ୍ୟାପଟପ,ଗ୍ୟାସ ଟାଙ୍କି, କଟର ମେସିନ ଇତ୍ୟାଦି ଜବତ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.