ସ୍ୱିଜରଲାଣ୍ଡର ଆଲପ୍ସ ପର୍ବତରେ ତ୍ରିରଙ୍ଗାର ଝଲକ, କରୋନା ମୁକାବିଲାରେ ଭାରତର ପଦକ୍ଷେପକୁ ପ୍ରଶଂସା

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮|୦୪:   ଭାରତ ସମେତ ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ସମସ୍ତ ଦେଶ ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଭାଇରସର ମୁକାବିଲା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଫଳରେ ଏହା କମ୍ୟୁନିଟୀ ଟ୍ରାନ୍ସମିଶନ ସ୍ତରରେ ପହଁଚି ନାହିଁ । ଭାରତ ସରକାରଙ୍କ ଏହି ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ଏହା ମଧ୍ୟରେ ସ୍ୱିସ୍ ଆଲପ୍ସର ମ୍ୟାଟରହର୍ଣ୍ଣ ପର୍ବତରେ ଲାଇଟ୍ ସାହାଯ୍ୟରେ ଭାରତର ତ୍ରିରଙ୍ଗାକୁ ଦର୍ଶାଯାଇଛି । ଏହା ସାହାଯ୍ୟରେ କରୋନା ଭାଇରସର ସଫଳ ମୁକାବିଲା ପାଇଁ ସନ୍ଦେଶ ଦିଆଯାଇଛି ।

ଜଣାଶୁଣା ସ୍ୱିସ୍ ଲାଇଟ୍ ଆର୍ଟିଷ୍ଟ୍ ଗେରୀ ହଫଷ୍ଟେଟର୍ ୧୪,୬୯୦ ଫୁଟ୍ ପାହାଡକୁ ତ୍ରିରଙ୍ଗା ଭଳି ଲାଇଟ୍ ଦେଇଥିଲେ । ଭାରତୀୟ ବୈଦେଶିକ ସେବା ଅଧିକାରୀ ଗୁରଲୀନ୍ କୋର୍ ଏହାର ଫଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରାୟ ୮୦୦ ମିଟର୍ ଉଚ୍ଚତାରେ ତ୍ରିରଙ୍ଗା ଦେଖିବାକୁ ମିଳିଛି । ହିମାଳୟ ସହ ଆଲପ୍ସର ବନ୍ଧୁତା ରହିଛି ।

wp:core-embed/twitter {"url":"https://twitter.com/gurleenmalik/status/1251313073920651264?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251313073920651264\u0026ref_url=https%3A%2F%2Fhindi.news18.com%2Fnews%2Fworld%2Frest-of-world-indian-tricolour-projected-onto-matterhorn-in-swiss-alps-in-show-of-coronavirus-solidarity-and-hope-3027259.html","type":"rich","providerNameSlug":"twitter","className":""}
https://twitter.com/gurleenmalik/status/1251313073920651264?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251313073920651264&ref_url=https%3A%2F%2Fhindi.news18.com%2Fnews%2Fworld%2Frest-of-world-indian-tricolour-projected-onto-matterhorn-in-swiss-alps-in-show-of-coronavirus-solidarity-and-hope-3027259.html
/wp:core-embed/twitter

ଏହି ପାହାଡରେ ଗତ ୨୪ ତାରିଖରେ କରୋନା ମହାମାରୀ ବିରୋଧରେ ଏକଜୁଟତା ପ୍ରଦର୍ଶିତ ପାଇଁ ପ୍ରତିଦିନ ବିଭିନ୍ନ ଦେଶର ଜାତୀୟ ପତାକାକୁ ଲାଇଟ୍ ସାହାଯ୍ୟରେ ଦର୍ଶଯାଇଥାଏ । ବୁଧବାର ଏଠାରେ ସ୍ବିଜରଲାଣ୍ଡ, ଆମେରିକା, ୟୁକେ, ଇଟାଲୀର ପତାକା ଦର୍ଶାଯାଇଥିଲା ।

ସୂଚନାଯୋଗ୍ୟ, ସ୍ୱିଜରଲାଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ଟପିଛି । ୪୩୦ଜଣ ପ୍ରାଣ ମଧ୍ୟ ହରାଇ ସାରିଛନ୍ତି । ଫଳରେ ଭାଇରସ ସଂକ୍ରମଣ ରୋକିବା ଓ ସାମମାଜିକ ଦୂରତା ପାଇଁ  ଏଠାରେ ସ୍କୁଲ, କଲେଜ, ହୋଟେଲ ଆଦି ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.