ଘରେ ମୃତ ଅବସ୍ଥାରେ ମିଳିଲେ ୧୯ ବର୍ଷରୁ କମ ମହିଳା କ୍ରିକେଟ୍‌ର, ଛାତରୁ ଫାଶୀରେ ଝୁଲି ରହିଥିଲା ଶବ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ତ୍ରିପୁରାର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍‌ ଟିମ୍‌ର ଖେଳାଳି ଅୟନ୍ତୀ ରିୟାଙ୍ଗଙ୍କ ମୃତ ଶରୀର ତାଙ୍କ ଘରୁ ମିଳିଛି। ଦୈନିକ ସମାଚାର ପତ୍ର ସଂୟଦମ ଅନୁଯାୟୀ ୧୬ ବର୍ଷୀୟ ଏହି କ୍ରିକେଟ୍‌ର ମଙ୍ଗଳବାର ରାତିରେ ନିଜ ଘର ଛାତ ଉପରୁ ଫାଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣା ପଡିନାହିଁ।

ଚାରି ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠୁ ଛୋଟ ଅୟନ୍ତୀ ଗତ ଏକ ବର୍ଷରୁ ତ୍ରିପୁରାର ୧୯ ବର୍ଷରୁ କମ କ୍ରିକେଟ୍‌ ଦଳର ସଦସ୍ୟ ଥିଲେ। ସେ ତ୍ରିପୁରା ପକ୍ଷରୁ ୨୩ ବର୍ଷରୁ କମ ଟି-୨୦ ଟୂର୍ଣ୍ଣାମେଣ୍ଟରେ ମଧ୍ୟ ଖେଳିଥିଲେ। ସେ ରିୟାଙ୍ଗ ଜନଜାତିରୁ ଆସିଥିଲେ। ଅୟନ୍ତୀ ରାଜଧାନୀ ଅଗରତାଲାରୁ ପ୍ରାୟ ୯୦ କିଲୋମିଟର ଉଦୟପୁରର ତୈନାତି ଗାଁର ବାସିନ୍ଦା। ତ୍ରିପୁରା କ୍ରିକେଟ୍ ସଙ୍ଘର ସଚିବ ତିମିର ଚନ୍ଦା ଅୟନ୍ତୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟ ଜଣେ ପ୍ରତିଭାବାନ ଖେଳାଳିଙ୍କୁ ହରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.