Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏଣିକି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ସରକାରୀ କର୍ମଚାରୀ : ସୋସିଆଲ ମିଡିଆରେ ମଧ୍ୟ କରିପାରିବେ ପୋଷ୍ଟ

11/01/2020 at 11:52 AM

ଅଗରତଲା ୧୧/୧: ତ୍ରିପୁରା ହାଇକୋର୍ଟ କହିଛି ଯେ ସରକାରୀ କର୍ମଚାରୀଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବାର ଅଧିକାର ରହିଛି। କର୍ମଚାରୀ ପାର୍ଟିର ବୈଠକ  ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ବରଂ ସେଗୁଡ଼ିକ ​‌ସୋଶିଆଲ ମିଡିଆରେ ପୋଷ୍ଟ ମଧ୍ୟ କରି ପାରିବେ। ଶୁକ୍ରବାର କୋର୍ଟ କହିଛି ଯେ ଏହା ସର୍ଭିସ୍ ରୁଲ୍ ଉଲ୍ଲଙ୍ଘନ ଏବଂ ଦଣ୍ଡାତ୍ମକ ଶ୍ରେଣୀରେ ଆସିନଥାଏ।

ନିଜ ଆଦେଶରେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ.ଏ କୁରୈଶୀ କହିଛନ୍ତି- କର୍ମଚାରୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବା କିମ୍ବା ସୋଶିଆଲ ମିଡିଆରେ ପୋଷ୍ଟ କରିବାକୁ ସର୍ଭିସ୍ ରୁଲର ଉଲ୍ଲଙ୍ଘନ ହେବ ନାହିଁ। ଅଦାଲତ କହିଛି ଯେ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ଯିବାର ଅର୍ଥ ରାଜନୀତିରେ ସାମିଲ ହେବାକୁ ସୂଚାଏ ନାହିଁ। ଅଦାଲତ ସୋଶିଆଲ ମିଡିଆକୁ ମଧ୍ୟ ବ୍ୟକ୍ତିଗତ ସ୍ବାଧୀନତାର ବିଷୟ ମାନିଛି।

ଅଦାଲତ ରାଜ୍ୟ ସରକାରଙ୍କ ଏକ ଅବସରପ୍ରାପ୍ତ କର୍ମଚାରୀ ଲିପିକା ପାଲଙ୍କ ବିରୋଧରେ ଏହି ଆଧାରରେ ଲଗାଯାଇଥବା ସମସ୍ତ ଅଭିଯୋଗ ଫେରାଇଦେବାକୁ ଆଦେଶ ଦେଇଛନ୍ତି। ଅଦାଲତ ଦୁଇ ମାସ ମଧ୍ୟରେ ତାଙ୍କର ବକେୟା ଟଙ୍କା ବିନିଯୋଗ କରିବାକୁ ମଧ୍ୟ କହିଛନ୍ତି। ପାଲଙ୍କ ବିରୋଧରେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ସୋଶିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଭାଜପା ସରକାରଙ୍କ ସମୟରେ, କିଛି ନେତାଙ୍କ ବିରୋଧରେ ସୋଶିଆଲ ମିଡିଆ ପୋଷ୍ଟ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତାଙ୍କୁ ୨୦୧୮ମସିହାରେ ଅବସରପ୍ରାପ୍ତିର ୪ଦିନ ପୂର୍ବରୁ ନିଲମ୍ବିତ କରି ଦିଆଯାଇଥିଲା  ଏବଂ ବକେୟା ବିନିଯୋଗ ମଧ୍ୟ କରାଯାଇନଥିଲା।

ଲିପିକା ପାଲଙ୍କ ବ୍ୟତୀତ ରାଜ୍ୟର ପ୍ରସିଦ୍ଧ ଚିକିତ୍ସକ ଡାକ୍ତର କୌଶିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଅଭିଯୋଗରେ ନିଲମ୍ବିତ କରି ଦିଆଯାଇଥିଲା। ସେ ଗିରଫ ହେବା ପରେ ରାଜ୍ୟର କର୍ମଚାରୀମାନେ ସରକାରଙ୍କ ବିରୋଧ କରିଥିଲେ।

   Related Posts