Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ୭ଦିନ ପାଇଁ ଆଇସୋଲେଟ୍‌ରେ ରହିବେ ବିପ୍ଲବ ଦେବ

4/08/2020 at 12:57 PM

ତ୍ରିପୁରା ୦୪।୦୮: କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ଅତିଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତକିଛି ଦିନ ହେଲା ରାଜନେତାମାନେ କରୋନାରେ ଆକ୍ରାନ୍ତ ହେବା ଖବର ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହାମଧ୍ୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ନିଜକୁ ଆଇସୋଲେଟ କରିଛନ୍ତି । ସେ ନିଜର କରୋନା ଟେଷ୍ଟ କରାଇଥିଲେ, କିନ୍ତୁ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ସେ ନିଜକୁ ଆଇସୋଲେଟ କରାଇଛନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆସନ୍ତା ୭ଦିନ ପାଇଁ ନିଜକୁ ଆଇସୋଲେଟ୍‌ କରିବା ପାଇଁ କହିଛନ୍ତି ।   

ସୂଚନାନୁସାରେ , ତ୍ରିପୁରା  ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ପରିବାରରୁ ଦୁଇ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ଦୃଷ୍ଟିରେ ରଖି ବିପ୍ଲବ ଦେବ ନିଜର କରୋନା ଟେଷ୍ଟ କରିଛନ୍ତି । ଏବେ ତାଙ୍କ ରିପୋର୍ଟ ଆସିଛି , ଏବଂ ଏହା ନେଗେଟିଭ୍‌ ବୋଲି ବିପ୍ଲବ ଦେବ ସୂଚନା ଦେଇଛନ୍ତି । ଆସନ୍ତା ୭ଦିନ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜକୁ ଘରେ ଆଇସୋଲେଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହି ସମୟରେ ସମସ୍ତ ଡାକ୍ତରୀ ନିୟମ ମାନିବାକୁ କହିଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।  

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଶାଳ ଦେବ ନିଜେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ , ମୁଁ ଘରେ ନିଜକୁ ଆଇସୋଲେଟ୍‌ କରିଛି । କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମୁଁ ସମସ୍ତ ଉପାୟ ଅବଲମ୍ବନ କରୁଛି । ପରିବାର ଲୋକ ଖୁବ୍ ଶୀଘ୍ର କରୋନାରୁ ସୁସ୍ଥ ହେବା ନେଇ ଆଶୁ ଆରୋଗ୍ୟକାମନା କରିଛନ୍ତି ।

   Related Posts