Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦିଲ୍ଲୀରେ ଡେରା ପକାଇଛନ୍ତି ତ୍ରିପୁରାର ବିଜେପି ବିଧାୟକ, ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ହଟାଇବାକୁ ଦାବି

12/10/2020 at 10:48 AM

ଅଗରତଲା ୧୨।୧୦: ତ୍ରିପୁରାର ୭ଜଣ ବିଜେପି ବିଧାୟକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ଏବଂ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଗାଦିରୁ ହଟାଇବା ଦାବିରେ ଦିଲ୍ଲୀରେ ଡେରା ପକାଇଛନ୍ତି । ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାନାଶାହ, ଅନୁଭବହୀନ ଏବଂ ଲୋକପ୍ରିୟ ନୁହେଁ ବୋଲି କହିଛନ୍ତି ।

ବିଧାୟକ ସୁଦୀପ ରାୟ ବର୍ମନଙ୍କ ନେତୃତ୍ବରେ ବିଧାୟକମାନେ କହିଛନ୍ତି ସେମାନଙ୍କ ନିକଟରେ ଆଉ ଦୁଇ ଜଣ ବିଧାୟକଙ୍କ ସମର୍ଥନ ରହିଛି । ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୩୬ ବିଧାୟକ ରହିଛି । ଇଣ୍ଡିଜିନସ ପିପୁଲ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି)ର ୮ ବିଧାୟକ ମଧ୍ୟ ବିପ୍ଳବ କୁମାର ଦେବଙ୍କ ସରକାରକୁ ସମର୍ଥନ କରୁଛନ୍ତି ।

ବିଧାୟକ ସୁଦୀପ ରାୟ ବର୍ମନଙ୍କ ବ୍ୟତୀତ ଦିଲ୍ଲୀରେ ଉପସ୍ଥିତ ଥିବା ବିଧାୟକଙ୍କ ମଧ୍ୟରେ ସୁଶାନ୍ତ ଚୌଧୁରୀ, ଅଶିଷ ଶାହ, ଆଶିଷ ଦାସ, ଦିବା ଚନ୍ଦ୍ର ରାଖେଲ, ବର୍ବ ମୋହନ ତ୍ରିପୁରା, ପରିମଳ ଦେବ ବର୍ମନ ଏବଂ ରାମ ପ୍ରସାଦ ପାଲ ସାମିଲ ଅଛନ୍ତି ।

ବିଧାୟକ ସୁଦୀପ ରାୟ ବର୍ମନ କହିଛନ୍ତି ଯେ, ଅନ୍ୟ ଯେଉଁ ଦୁଇ ବିଧାୟକଙ୍କ ସମର୍ଥନ ରହିଛି ସେମାନେ ଦିଲ୍ଲୀ ଆସିନାହାନ୍ତି । ବିପ୍ଳବ କୁମାର ଦେବଙ୍କ ନିକଟତର ନେତାଙ୍କ ସହ ତ୍ରିପୁରାର ବିଜେପି ନେତାଙ୍କ କହିବା ଅନୁସାରେ ରାଜ୍. ସରକାରଙ୍କୁ କୌଣସି ବିପଦ ନାହିଁ ।

ମୁଖ୍ୟମନ୍ତ୍ରୀ ନିକଟତର ସୂତ୍ରରୁ ପ୍ରକାଶ ଯେ, ଆରଏସଏସ ନେତା ରାମ ପ୍ରସାଦ ପାଳଙ୍କର ବିଧାୟକଙ୍କୁ ସମର୍ଥନ ଜଣାଇବାର ସମ୍ଭବନା ନାହିଁ । ବିଜେପି ସୂତ୍ରରୁ ପ୍ରକାଶ ଯେ, ମହାସତିବ ବି ଏଲ ସନ୍ତୋଷ ବିଧାୟକ ସୁଦୀପ ରାୟ ବର୍ମନଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ସତର୍କ କରିଛନ୍ତି ଯେ, ଉପରସ୍ତରରେ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ନମିଳିଛି ସେପର୍ଯ୍ୟନ୍ତ ଦଳ ଏଭଳି କୌଣସି ନିଷ୍ପତ୍ତି ନେବନାହିଁ ।

   Related Posts