ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ : ସପକ୍ଷରେ ୯୯, ବିପକ୍ଷରେ ପଡିଲା ୮୪ ଭୋଟ, ବିଜେଡି କଲା ସମର୍ଥନ

Published By : Prameya-News7 Bureau | July 30, 2019 IST

ନୂଆଦିଲ୍ଲୀ ୩୦/୭: ଟ୍ରିପିଲ୍  ତଲାକ ବିଲ୍  ରାଜ୍ୟସଭାରେ ପାସ୍  ।  ସରକାରଙ୍କ ପାଇଁ ସବୁ ବାଟ ସଫା ହୋଇଥିଲା  ଲୋକସଭାରେ ।ଏହି ବିଲ୍  ୨୫ ତାରିଖରେ ଲୋକସବାରେ ପାସ୍  ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା।  ରାଜ୍ୟସଭାରେ ସରକାରଙ୍କ ପାଇଁ  ସଂଖ୍ୟା କମ ଥିବା ସତ୍ତ୍ବେ  ଏହି ବିଲ୍  ଉପସ୍ଥାପନ କରିଥିଲେ ସରକାର।

କଂଗ୍ରେସ ସମେତ ବିଭିନ୍ନ ଦଳ ଏହାକୁ ବିରୋଧ କରିବା ସତ୍ତ୍ବେ ସରକାରଙ୍କ ପାଇଁ ରାସ୍ତା ସଫା ହୋଇଛି।  ପ୍ରଥମେ ଜେଡିୟୁ, ପରେ ପରେ  ଟିଆରଏସ  କକ୍ଷତ୍ୟାଗ କରିଥିଲେ।   ଏଆଇଏଡିଏମକେ, ବିଏସପି, ଟିଡିପି ଓ ପିଡିପି ଭୋଟିଂ ବେଳେ ଅନୁପସ୍ଥିତ ଥିଲେ।  ବିଜେଡି ଏହି ବିଲ୍ କୁ ସମର୍ଥନ କରିଛି। ରାଜ୍ୟସଭାରେ ପର୍ଚ୍ଚା ଜରିଆରେ ରାଜ୍ୟସଭାରେ ଭୋଟିଂ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.