ଆଜି ରାଜ୍ୟସଭାରେ ଆଗତ କରାଯିବ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍

Published By : Prameya-News7 Bureau | August 10, 2018 IST

ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆଗତ କରାଯିବ। ଗତକାଲି ଟ୍ରିପଲ ତଲାକ ବିଲରେ କେନ୍ଦ୍ର କ୍ୟାବିନେଟ ୩ଟି ସଂଶୋଧନ କରିଛନ୍ତି। ପ୍ରସ୍ତାବିତ ବିଲରେ ଅଭିଯୁକ୍ତଙ୍କୁ ବେଲ୍ ମିଳିବାର ବ୍ୟବସ୍ଥା ନଥିଲା। ଏବେ ଯଦି ମାଜିଷ୍ଟ୍ରେଟ ଚାହିଁବେ ତେବେ ଅଭିଯୁକ୍ତଙ୍କୁ ବେଲ୍ ଦେଇପାରିବେ। ତଲାକର ଶିକାର ହୋଇଥିବା ପୀଡିତାଙ୍କୁ ସ୍ବାମୀ କ୍ଷତିପୂରଣ ଦେବାକୁ ରାଜି ହେଲେ ମାଜିଷ୍ଟ୍ରେଟ ତାହାକୁ ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ୍ ଦେଇପାରିବେ। ତେବେ କେତେ କ୍ଷତିପୂରଣ ଦିଆଯିବ ତାହା ମାଜିଷ୍ଟ୍ରେଟ ସ୍ଥିର କରିବେ।ସଂଶୋଧନ ଅନୁଯାୟୀ ଟ୍ରିପଲ ତଲାକର ଶିକାର ହୋଇଥିବା ପୀଡିତା କିମ୍ବା ତାଙ୍କର କୌଣସି ରକ୍ତ ସମ୍ପର୍କୀୟ ଅଭିଯୋଗ କରିବାପରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଏତଲା ରୁଜୁ କରିପାରିବେ। ଏଣିକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ମାଜିଷ୍ଟ୍ରେଟ ତାଙ୍କ କ୍ଷମତା ବଳରେ କରିପାରିବେ। ଉଭୟ ପକ୍ଷ ଚାହିଁଲେ ମାମଲା ପ୍ରତ୍ୟାହାର କରିପାରିବେ। ଟ୍ରିପଲ ତଲାକ ବିଲ୍ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରେ ପାସ୍ ହେବା ପରେ ଏବେ ରାଜ୍ୟସଭାରେ ଅଟକିଛି। ଏବେ ସଂଶୋଧିତ ବିଲଟି ଯଦି ରାଜ୍ୟସଭାରେ ପାରିତ ହୁଏ ତେବେ ତେବେ ସଂଶୋଧନ ପାଇଁ ବିଲକୁ ପୁଣି ଥରେ ଲୋକସଭାକୁ ପଠାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.