ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ୍ ବିଲ୍

Published By : Prameya-News7 Bureau | July 30, 2019 IST

ନୂଆଦିଲ୍ଲୀ ୩୦|୭: ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ ବିଲ୍ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଏହାକୁ ଆଗତ କରିଛନ୍ତି । ପୂର୍ବରୁ ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା।  ରାଜ୍ୟସଭାରେ ତିନି ତଲାକ ବିଲ୍ କୁ ପାରିତ କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । କାରଣ ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନାହିଁ । ତେଣୁ ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ ।

ଲୋକସଭାରେ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ସମର୍ଥନରେ ଗତ ସପ୍ତାହରେ ସୂଚନା ଅଧିକାର ବିଧେୟକ ପାରିତ କରିଥିଲା । ତେଣୁ ରାଜ୍ୟସଭାରେ ମଧ୍ୟ ବିଲକୁ ପାରିତ କରିବା ଲାଗି ବିଜେପି ଏହି ଦଳଗୁଡ଼ିକର ସମର୍ଥନ ଆଶା ରଖିଛି । ବର୍ତ୍ତମାନ ସମୟରେ ଏନଡିଏ ସରକାରଙ୍କ ସପକ୍ଷରେ ୧୦୩ଜଣ ସାଂସଦଙ୍କ ସମର୍ଥନ ରହିଛି । ଯଦି ବିଜେଡି ଏବଂ ଟିଆରଏସର ସଦସ୍ୟଙ୍କ ସମର୍ଥନ ମିଳେ ତେବେ ଗୃହରେ ସରକାର ବହୁମତର ସଂଖ୍ୟା ପାର କରି ପାରିବ । ବର୍ତ୍ତମାନ ସାରା ବିଶ୍ବରେ ୨୦ଟି ଦେଶରେ ଟ୍ରିପଲ ତଲାକ ଉପରେ ରୋକ୍ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.