ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ସଂଶୋଧିତ ତିନି ତଲାକ୍ ବିଲ୍

Published By : Prameya-News7 Bureau | December 31, 2018 IST

ନୂଆଦିଲ୍ଲୀ ୩୧|୧୨:  ମୁସଲମାନ ମହିଳାଙ୍କୁ ସୁରକ୍ଷା ପ୍ରସଙ୍ଗରେ ସଂଶୋଧିତ ତିନି ତଲାକ୍ ବିଲ୍  ଲୋକସଭାରେ ପୁନଃ ଗୃହିତ ହେବା ପରେ ଆଜି ଏହା ରାଜ୍ୟସଭାରେ ଉପସ୍ଥାପିତ ହେବ । ଆଇନ୍  ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରିବେ । ଏଥିପାଇଁ ବିଜେପି ପକ୍ଷରୁ  ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ବିପ୍  ଜାରି ହୋଇଛି । ସେହିପରି କଂଗ୍ରେସ ମଧ୍ୟ ହ୍ଵିପ୍ ଜାରି କରି ନିଜ ସଦସ୍ୟମାନଙ୍କୁ ଉପସ୍ଥିତ ରହିବାକୁ  ନିର୍ଦ୍ଦେଶ ଦେଇଛି । ତେବେ ଏହାକୁ ପ୍ରବଳ ବିରୋଧ କରାଯିବ ଓ ପାଶ ହେବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି । ବିଲ୍ ର ବର୍ତ୍ତମାନ ସ୍ବରୂପରେ କେତେକ ତ୍ରୁଟି ରହିଛି ଓ ଏହାକୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ ଦାବି କରୁଛନ୍ତି ।

{"id":68984}

ଗତ ଗୁରୁବାର ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ୍ ବିଲ୍  ପାଶ ହୋଇଥିଲା । ବିଲ୍ ର ସପକ୍ଷରେ ୨୪୫ଟି ଭୋଟ୍ ପଡିଥିବାବେଳେ ବିପକ୍ଷରେ ମାତ୍ର ୧୧ଟି ଭୋଟ୍ ପଡିବାରୁ  ଏହା ଲୋକସଭାରେ ପାସ୍ ହୋଇଯାଇଛି ।  ତେବେ ରାଜ୍ୟସଭାରେ ଏନଡିଏ ସଦସ୍ୟ ମାନଙ୍କ ସଂଖ୍ୟା ଗରିଷ୍ଠ ନାହିଁ । ତଥାପି   ରାଜ୍ୟ ସଭାରେ ଏହି ବିଲ୍  କୁ ସମସ୍ତ ସଦସ୍ୟଙ୍କ ସମର୍ଥନ ମିଳିବ ବୋଲି ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.