Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲ୍

2/01/2019 at 8:46 AM

ନୂଆଦିଲ୍ଲୀ ୦୨|୦୧: ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇପାରେ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲ୍ । ଏହି  ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇପାରିନି । ବିରେ।ଧୀଙ୍କ ପ୍ରବଳ ହଟ୍ଟଗେ।ଳ ଯେ।ଗୁଁ ବିଲ୍ ପାସ ହେ।ଇପାରିଲା ନାହିଁ । ଜାନୁଆରୀ ୨ ଯାଏଁ ଗୃହ ମୁଲତବୀ କରାଯାଇଛି । ଗତ ସପ୍ତାହରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ଲୋକସଭାରେ ବିଲ୍ କୁ ସହଜରେ ପାସ୍ କରାଇନେଇଥିଲେ ମଧ୍ୟ , ରାଜ୍ୟସଭାରେ ଏହାକୁ ପାସ୍ କରାଇବା ସହଜ ହେବନାହିଁ । କାରଣ ରାଜ୍ୟସଭାରେ ଏନ୍.ଡି.ଏ.ର ଆବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ । ତୃଣମୂଳ କଂଗ୍ରେସ ଏହି ବିଲ୍ କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି ।

ସେପଟେ ଜମ୍ମୁ କଶ୍ମୀରର ପି.ଡି.ପି ଏହି ବିଲ୍ କୁ ବିରୋଧ କରୁଛି । ବିଲ୍ ରେ ତଲାକ୍ ଦେଉଥିବା ସ୍ବାମୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ବ୍ୟବସ୍ଥା ସପକ୍ଷରେ ନାହାନ୍ତି ବିରୋଧୀ ।  ତିନି ତଲାକ୍ ଦେଇଥିବା ସ୍ବାମୀ ଜେଲ୍ ଯିବା ପରେ ମହିଳାଙ୍କ ଭରଣପୋଷଣ ଦାୟିତ୍ବ କିଏ ନେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ବିଲ୍ କୁ ବିଜେଡି ଓ ଏ.ଆଇ.ଏ.ଡି.ଏମ୍.କେ ମଧ୍ୟ ବିରୋଧ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କର ଯୁକ୍ତି ହେଲା , ତିନି ତଲାକ୍ ବ୍ୟବସ୍ଥା ମୁସଲମାନ ସଂପ୍ରଦାୟର ମହିଳାଙ୍କ ବିରୋଧରେ ଏକ ସାମାଜିକ କୁସଂସ୍କାର । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ତିନି ତଲାକ ବ୍ୟବସ୍ଥାକୁ ବେଆଇନ ଘୋଷଣା କରିଛନ୍ତି ।

   Related Posts