Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ତଲାକ୍… ତଲାକ୍… ତଲାକ୍… ଫୋନରେ ପତ୍ନୀଙ୍କୁ ଛାଡପତ୍ର ଦେଲେ ପତି: ଥାନାରେ ମାମଲା ରୁଜୁ

23/11/2020 at 7:49 PM

ପୁଣେ ୨୩/୧୧ : ପୁଣି ତିନ୍ ତଲାକ୍ ଅଭିଯୋଗ । କେନ୍ଦ୍ର ସରକାର ୨୦୧୯ ସେପ୍ଟେମ୍ବର ୧୯ରୁ ଦେଶରେ ତିନ୍ ତଲାକ୍ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଘୋଷଣା କରିବା ସହିତ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରିଛନ୍ତି । କିନ୍ତୁ ଏବେ ମଧ୍ୟ ଅନେକ ସ୍ଥାନରେ ଏହା ଦେଖିବାକୁ ମିଳୁଛି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ମହାରାଷ୍ଟ୍ର ଅହମଦନଗର ଜିଲ୍ଲାରୁ । ଜଣେ ୩୨ ବର୍ଷିୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମୋବାଇଲ ମାଧ୍ୟମରେ ତିନ୍ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ମହିଳାଜଣକ ଏବାବଦରେ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ କହିବା ମୁତାବକ ମହିଳାଜଣକ ପୂର୍ବରୁ ଦବାଇରେ ରହୁଥିଲେ ଏବଂ କିଛିଦିନ ତ​‌ଳେ ଅହମନଗର ଫେରିଥିଲେ ।  ତେବେ ମୁମ୍ବାଇରେ ରହୁଥିବା ମହିଳାଙ୍କ ସ୍ବାମୀ ହଠାତ୍ ନଭେମ୍ବର ୨୦ ତାରିଖ ଦିନ ଫୋନ କରି ତାଙ୍କ ସହିତ ସମ୍ବନ୍ଧ ରଖିବା କିମ୍ବା ତାଙ୍କ ସହିତ ରହିବାକୁ ମନା କରିଦେଇଥିଲେ । ଏହା ପରେ ବ୍ୟକ୍ତିଜଣକ ଫୋନରେ ହିଁ ମହିଳାଙ୍କୁ ତଲାକ ଦେଇଦେଇଥିଲେ । ଏହା ପରେ ପୀଡିତା ମହିଳାଜଣକ ଅହମଦନଗରର ଭିଙ୍ଗାର କ୍ୟାମ୍ପ୍ ଥାନାରେ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହା ପରେ ଶନିବାର ଦିନ ଦୋଷୀ ବରୁଦ୍ଧରେ ମାମଲା ରୁଜୁ କରିଥିଲେ ପୀଡିତା ମହିଳା । ଦୋ​‌ଷୀ ବିରୁଦ୍ଧରେ ମୁସଲିମ ମହିଳା ଅଧିନିୟମ ୨୦୧୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

ପୋଲିସ କହିଛି ଯେ, ମହିଳାଜଣକ ବିୟୁଟି ପାର୍ଲର ସମ୍ବନ୍ଧିତ କୌଣସି କୋର୍ସ କରିଥିଲେ ଏବଂ ମୁମ୍ବାଇରେ କାମ କରୁଥିଲେ । ଏହା ପରେ ସେ ଦୁବାଇ ଚାଲିଯାଇଥିଲେ ଏବଂ କିଛି ଦିନ ତଳେ ହିଁ ମୁମ୍ବାଇ ଫେରିଥିଲେ । ପୀଡିତା ମହିଳାଙ୍କର ୩ ବର୍ଷର ଗୋଟିଏ ଝିଅ ଥିବା ସୂଚନା ମିଳିଛି । ତେବେ ମାମଲାର ତଦନ୍ତ କରୁଥିବା ଏବଂ ଅଭିଯୁକ୍ତକୁ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।

   Related Posts