ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ

Published By : Prameya-News7 Bureau | April 23, 2021 IST

ଭୁବନେଶ୍ବର ୨୩।୪: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡରେ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ନୂଆ ଭୂତାଣୁକୁ କୋଭିଡ୍ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦ୍ବିତୀୟ ଡୋଜ୍ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି । ତେଣୁ ଦ୍ବିତୀୟ ଡୋଜ୍ ଟିକା ନେବାପାଇଁ ସେ କହିଛନ୍ତି ।

ଘରୋଇ ହସ୍ପିଟାଲକୁ ଟିକା ଦେବେନାହିଁ ରାଜ୍ୟ ସରକାର । ଟିକା ଉତ୍ପାଦନ ସଂସ୍ଥାଠାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । ୬୦୦ ଟଙ୍କାରେ ଟିକା କିଣିବେ । ୧୩ କୋଟିରୁ ଅଧିକ ଟିକା ଭାରତ ବର୍ଷରେ ଦିଆସରିଛି l ଓଡ଼ିଶାରେ ୫୪ ଲକ୍ଷ ଡୋଜ ଟିକା ଦିଆଯାଇଛି । ଟିକା ନେଲେ ମୃତ୍ୟୁ ହାର କମ୍ ରହିବ, ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ୍ ନେଇ ପାଖାପାଖି ୫୦ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ବିତୀୟ ଡୋଜ୍ ନେଲେ ସଂକ୍ରମଣ ହେବ ନାହିଁ । ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ସୋମବାରଠାରୁ ଶୁକ୍ରବାର ଟିକାକରଣ ଚାଲୁରହିବ । ଟିକା ଅଭାବରୁ ୮୦୦ ଟିକାଦାନ ସେଣ୍ଟର ବନ୍ଦ ଅଛି । ୧୮ ବର୍ଷରୁ ୧ ତାରିଖରୁ ଟିକାକରଣ ହେବ । ଏନେଇ ଭାରତ ସରକାର ଗାଇଡ଼ ଲାଇନ ଦେଲେ ସେହି ଅନୁସାରେ ଟିକାକରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.