ଟ୍ରିପଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ , ଚରିତ୍ର ସନ୍ଦେହ କରି ସ୍ତ୍ରୀ ସହିତ ୨ପୁଅଙ୍କୁ ବି କରିଥିଲା ହତ୍ୟା

Published By : Prameya-News7 Bureau | March 30, 2019 IST

ମେରଠ ୩୦/୩- ଟ୍ରିପଲ ମର୍ଡ଼ର ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଜଣାପଡ଼ିଛି ହତ୍ୟାକାଣ୍ଡ ପଛରେ କଣଥିଲା କାରଣ ।

ବାନ୍ଦାଜିଲ୍ଲାର ଯମୁନା ନଦୀରେ ଜଣେ ୧୩ ବର୍ଷ ବୟସ୍କ ବାଳକର ଶବ ଭାସୁଥିବା ଖବର ପ୍ରଚାରତ ହୋଇଥିଲା । ସେହି ଅଚଳର ଛୋଟେଲାଲ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ କବିତା ତା ଭାଇର ଶବ ବୋଲି ଚିହ୍ନଟ କରିଥିଲା । ଏହି ଘଟଣାପରେ ଉଷାକୁ ପୋଲିସ ପଚରାଉଚରା କରିବା ପରେ ସାରଦା ପ୍ରସାଦ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ନାଆଁ କହିଥିଲା । ପୋଲିସ କବିତାର କଥାନୁସାରେ ସାରଦା ପ୍ରସାଦକୁ କରିଥିଲା ଗିରଫ ।

ସାରଦା ପ୍ରସାଦ ପୋଲିସ ସ୍କାନରକୁ ଆସିବା ପରେ କହିଥିଲା ଏହିସବୁ କଥା । ସାରଦା ପ୍ରସାଦ ମେରଠରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା । ସାରଦାଙ୍କ ସହ କାମ କରୁଥିବା ବିହାରର ପୁରନ ନାମକ ଜଣେ ବନ୍ଧୁ ପରିବାର ନେଇ ରହୁଥିଲେ । କିଛିଦିନ ପରେ ସାରଦାର ପୂରନ ପରିବାର ସହ ବନ୍ଧୁତା ହୋଇଯାଇଥିଲା । ଫଳରେ ପୁରନ  ଘରକୁ ପ୍ରାୟ ସମୟ ଯିବା ଆସିବା ପୁରନର ସ୍ତ୍ରୀ ପାର୍ବତୀ ସହ ମଧ୍ୟ ସଂପର୍କ ତିଆରି ହୋଇଥିଲା । ଏହି ସଂପର୍କ ପ୍ରେମ ଓ ପରେ ଶାରୀରିକ ସଂପର୍କକୁ ମଧ୍ୟ ରୂପାନ୍ତରିତ ହୋଇଥିଲା । ଏମିତି ହେଲା ପୁରନ କାମ କରିବାକୁ ଗଲା ପରେ ସେମାନେ  ମିଳାମିଶା କରୁଥିଲେ । ଏହି ମିଳାମିଶାକୁ ପୁରନ ସହଜରେ ଗ୍ରହଣ କରିପାରୁ ନଥିଲା ।

ଦିନେ ପାର୍ବତୀ ଘରଛାଡ଼ି ଝିଅ କବିତା ଓ ପୁଅ ଲକ୍ଷ୍ମଣ ,ଆକାଶ ସହ ପଳେଇ ଆସିଥିଲା । ସାରଦା ଏମାନଙ୍କୁ ନେଇ ମୁଜାଫରବାଦରେ ରଖିଥିଲା । ସେଠାରେ କିଛିଦିନ ରହିଲା ପରେ ସେ ଗାଁକୁ ଚାଲିଯାଇଥିଲା ।

ବଡ଼ଝିଅ କବିତାର ବାହାଘର ବି କିଛିବର୍ଷ ପୂର୍ବେ ସରିଥିଲା । ପୁଅ ଲକ୍ଷ୍ମଣ ଓ ଆକାଶ ସହ ପାର୍ବତୀର ସଂସାର ଠିକଠାକ୍ ଚାଲିଥିଲା । କିନ୍ତୁ ସାରଦା ସନ୍ଦେହ ଆଖୀରେ ପାର୍ବତୀକୁ ଦେଖିବାକୁ ଲାଗିଲା । ଆଉ କାହାସହ ପାର୍ବତୀ ସଂପର୍କ ରଖୁଛି ବୋଲି କହି ପ୍ରତ୍ୟେକଦିନ ମଧ୍ୟ ଝଗଡ଼ା କରୁଥିଲା ।

ସେଦିନ ସେ ଘରକୁ ଫେରି ପାର୍ବତୀ ସହ ମଧ୍ୟ ଝଗଡ଼ା କରିଥିଲା । ଘରେ ପିଲାମାନେ ଶୋଇଯାଇଥିବାରୁ ପାର୍ବତୀର ଗଳାକାଟି କରିଥିଲା ହତ୍ୟା । ଆକାଶ ଓ ଲକ୍ଷ୍ମଣ ଏହି ସମୟରେ ଉଠିପଡ଼ିବାରୁ ତାଙ୍କର ମଧ୍ୟ ଗଳା କାଟି କରିଥିଲା ହତ୍ୟା । କିନ୍ତୁ ଶବକୁ ସବୁ ନେଇ ମୋଟରସାଇକେଲରେ ଭିନ୍ନ ଜାଗାରେ ଫୋପାଡ଼ି ଦେଇଥିଲା ।

ସାରଦା ଧରାପଡ଼ିବା ପରେ ବଖାଣିଥିଲା ଏହି ସବୁ ଘଟଣା । ସାରଦାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.