ଗୋଟିଏ ପରିବାରର ୩ଜଣଙ୍କୁ ନିର୍ମମ ହତ୍ୟା : ଘର ଭିତରେ ପଡିଛି ବାପା, ମା’ ଓ ବାହାରେ ପଡିଛି ପୁଅର ମୃତଦେହ

Published By : Prameya-News7 Bureau | July 23, 2020 IST

ତରଭା ୨୩।୭: ବିନିକା ଥାନା ଅଞ୍ଚଳରେ ଟ୍ରିପଲ ମର୍ଡର । ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":304293,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ବାପା, ମା’ ଓ ୨୫ ବର୍ଷ ବୟସ୍କ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ବାପା ଗୁଲୁ ଭୋଇ, ମା’ ବୈଦେହୀ ଭୋଇ ଓ ପୁଅ ଶିବ ଭୋଇ । ଘର ଭିତରେ ଗୁଲୁ ଓ ବୈଦେହୀଙ୍କ ମୃତଦେହ ପଡିରହିଥିଲା । ଘର ବାହାରେ ପୁଅ ଶିବର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

{"id":304294,"sizeSlug":"large"}

ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହ ଉଦ୍ଧାର କରିଛି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସ୍ଥାନୀୟ ମେଡିକାଲକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ପରିବାରର ବାପା, ମା’ ଓ ପୁଅକୁ ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.