ଆଣ୍ଡାମାନ ସାଗରରେ ତ୍ରିପାକ୍ଷୀୟ ନୌସେନା ଯୁଦ୍ଧାଭ୍ୟାସ, ମିଳିତ ହୋଇଛନ୍ତି ଭାରତ ସମେତ ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ ସେନା

Published By : Prameya-News7 Bureau | November 22, 2020 IST

ପୋର୍ଟବ୍ଲେୟାର ୨୨।୧୧: ଆଣ୍ଡାମାନ ସାଗରରେ ଅନୁଷ୍ଠିତ ହୋଇଛି ତ୍ରିପାକ୍ଷୀୟ  ନୌସେନା ଯୁଦ୍ଧାଭ୍ୟାସ ‘ସିମବେକ୍ସ-୨୦’। ପାରସ୍ପାରିକ ବିଶ୍ୱାସ ମଜଭୁତ କରିବା ଓ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ଦିଗରେ ସାଧାରଣ ବୁଝାମଣା ବୃଦ୍ଧିରେ ଏହି ସମରାଭ୍ୟାସ ସହାୟକ ହେବ ବୋଲି ଆଶା କରାଯାଉଛି। ଏହା ଏକ ଦୁଇ ଦିବସୀୟ ଯୁଦ୍ଧାଭ୍ୟାସ ସୋମବାର ଆରମ୍ଭ ହୋଇ ନଭେମ୍ବର ୨୫ରେ ଶେଷ ହେବ।

{"id":365971,"sizeSlug":"large"}

ଏହି  ତ୍ରିପାକ୍ଷୀୟ ସମରାଭ୍ୟାସର ପ୍ରଥମ ସଂସ୍କରଣ ସେପ୍ଟେମ୍ବର ୨୦୧୯ରେ ପ୍ରଥମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସଂସ୍କରଣରେ ଭାରତୀୟ ନୌସେନା ଯୁଦ୍ଧତରୀଙ୍କ ସମେତ ସ୍ୱଦେଶୀ ବୁଡ଼ା ଜାହାଜ ସାମିଲ ହୋଇଥିଲେ। ସିମବେକ୍ସ ଅଭ୍ୟାସ ଭାରତୀୟ ନୌସେନା, ରିପବ୍ଲିକ୍ ଅଫ ସିଙ୍ଗାପୁର ନେଭି ଓ ରୟାଲ ଥାଇ ନେଭି ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ନିମନ୍ତେ ଆୟୋଜିତ ହୁଏ।

{"id":365972,"sizeSlug":"large"}

ଚଳିତବର୍ଷ କାର୍ଯ୍ୟକ୍ରମକୁ ସିଙ୍ଗାପୁର ନେଭି ହୋଷ୍ଟ କରିବାକୁଥିବା ବେଳେ କାର୍ଯ୍ୟକ୍ରମର ଥିମ ରହିଛି ‘ନନ୍ କଣ୍ଟାକ୍ଟ ଆଟ୍ ସି ଓନଲି’ । ଏଥିରେ ନୌସେନା ବିଭିନ୍ନ ପ୍ରକାର ରଣ କୌଶଳ ପ୍ରଦର୍ଶନ କରିବା ସହ ସ୍ଥଳ ଭାଗରେ ମଧ୍ୟ ଗୁଳି ଓ ଗୋଳା ପ୍ରୟୋଗ ଅଭ୍ୟାସ କରିବେ। ସମୁଦ୍ର କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ବୃଦ୍ଧି ଲାଗି ଭାରତର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.