Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଏମସିଏଲ ବିସ୍ଥାପିତଙ୍କ ରିଲେ ଅନଶନ ଓ ଗଣଧାରଣା ୩୨ ଦିନରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ବୈଠକ

29/07/2021 at 5:25 PM

ଝାରସୁଗୁଡ଼ା ୨୯।୭: ଏମସିଏଲ ବିସ୍ଥାପିତ ପରିବାରର ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାକିରୀ ସହ ଉଚିତ କ୍ଷତିପୂରଣ ଓ ଥଇଥାନ ଦାବିରେ ଲଖନପୁର ଏମସିଏଲର ଜିଏମ୍ ଅଫିସ ସମ୍ମୁଖରେ ଦର୍ଲିପାଲିବାସୀଙ୍କ ରିଲେ ଅନଶନ ଓ ଗଣଧାରଣା ୩୨ ଦିନରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ବୈଠକର ଆୟୋଜନ କରାଯାଇଥିଲା ।

ଝାରସୁଗୁଡା ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତ୍ରିପାକ୍ଷିକ ବୈଠକରେ ଏମସିଏଲ ଅଧିକାରୀ, ଦର୍ଲିପାଲି ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ କଟ୍ ଅଫ୍ ଡେଟ୍ କୁ ନେଇ ରହିଥିବା ବିବାଦ ତୁଟାଇବାକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଜଣାଇବାକୁ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଭୟ ଏମସିଏଲ ଓ ଦର୍ଲିପାଲି ଗ୍ରାମବାସୀ ମାନିବାକୁ ରାଜି ହୋଇଥିଲେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ୨୪ ଘଣ୍ଟା ମଧ୍ୟରେ ପ୍ରଶାସନକୁ ଜଣାଇ ଦିଆଯିବ ବୋଲି କୁହାଯାଇଥିଲା ।

ଗତ ଜୁନ୍ ମାସ ୨୮ ତାରିଖରୁ ଏମସିଏଲ ଜିଏମ୍ ଅଫିସ୍ ସମ୍ମୁଖରେ ଦର୍ଲିପାଲି ଗ୍ରାମର ୪ ଜଣ ଆମରଣ ଅନଶନରେ ବସିଥିଲେ । ୭ ଦିନ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଠାଇ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନଠାରୁ ଗ୍ରାମବାସୀମାନେ ପର୍ଯ୍ୟାୟକ୍ରମେ ରିଲେ ଅନଶନ ଜାରି ରଖିଥିବାବେଳେ ଆନ୍ଦୋଳନସ୍ଥଳକୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ ସାଂସଦ ସୁରେଶ ପୂଜାରୀ ପହଞ୍ଚି ଆନ୍ଦୋଳନକୁ ନିଜର ସମର୍ଥନ ଘୋଷଣା କରିଥିଲେ ।

   Related Posts