Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଗୁଣି ଗାରେଡି ସନ୍ଦେହରେ ଗୋଟିଏ ଗାଁ ର ସ୍ବାମୀ ଓ ସ୍ତ୍ରୀ ସମେତ ତିନି ଜଣଙ୍କୁ ହତ୍ୟା ! ମିଳୁନି ଶବ

26/02/2019 at 1:49 PM

ଗୁଣପୁର ୨୬|୨(ରଂଜିତ ପାଢୀ): ଗୁଣି ଗାରେଡି ସନ୍ଦେହରେ ଗୋଟିଏ ଗାଁ ରେ ତିନି ଜଣଙ୍କୁ ହତ୍ୟା। ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ସମେତ ଅନ୍ୟ ଜଣେ ୭୬ ବର୍ଷୟା ବୃଦ୍ଧାକୁ ନିର୍ମମ ଭାବେ କରା ହତ୍ୟା ଯାଇଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ଶବ ମିଳୁନଥିବାରୁ ପୋଲିସ ଅଡୁଆରେ ପଡିଛି । ଗତ ୨୪ତାରିଖ ରାତିରେ ଘଟିଥିବା ଏହି ଘଟଣା ପରେ ଆଜି ଗାଁରେ ଗୁଣପୁର ପୋଲିସ ସମେତ ସାଇଁଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। 

ମିଳିଥିବା ସୂଚନା ମୁତାବକ ଉକୁମ୍ବାଗୁଡା ବଡ ସାହିରେ ରହୁଥିବା ଗୋପାଳ ଶବର(୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର(୪୦)ଙ୍କୁ ଗତ ୨୪ ତାରିଖ ରାତି ୧୦ ଟା ସମୟରେ ଘରୁ ବାହାରକୁ ଟାଣିନେଇ ଗାଁ ଦାଣ୍ଡ ବାବୁ ଦେବତା ପାଖରେ ହତ୍ୟା କରିଥିଲେ ଗାଁ ଲୋକେ। ପ୍ରାୟ ୩୦ ରୁ ୪୦ ଲୋକ ମିଶି କ୍ରିକେଟ ବ୍ୟାଟରେ ମାରି ମାରି ହତ୍ୟା କରିଥିବା ମୃତ ଗୋପାଳଙ୍କ ଝିଅ ଶୋବିତା ଶବର କହିଛନ୍ତି।

ଗାଁର ୭୬ ବର୍ଷର ବୃଦ୍ଧା ଜାଙ୍ଗିଲି ଶବରଙ୍କୁ ମଧ୍ୟ ସେମାନେ ଏହି ଅଭିଯୋଗରେ ହତ୍ୟା କରିଥିବା ଶୋବିତା ଅଭିଯୋଗ କରିଛନ୍ତି। ଗତକାଲି ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ଏହି ଘଟଣା ପୁର୍ବରୁ ଗାଁରେ ଜଣେ ରୋଗାକ୍ରାନ୍ତ ହୋଇ ମରିଯିବା ପରେ ଗାଁ ଲୋକଙ୍କ ଭିତରେ କେହି ଗୁମିଗାରେଡି କରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଅନ୍ଦ ବିଶ୍ବାସ ଯୋଗୁଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।

ଘଟଣା ରାତିରେ ଘରେ ଗୋପାଳ ଶବରଙ୍କ ୧୧ ବର୍ଷ ବୟସ୍କ ପୁଅ ମଧ୍ୟ ଉପସ୍ଥିତ ଥିଲା। ତାଙ୍କ ବୟାନକୁ ଭିତ୍ତିକରି ପୋଲିସ ହତ୍ୟା ହୋଇଥିବା ସନ୍ଦେହ କରୁଛି । ତେବେ ତିନି ଜଣଙ୍କୁ କେଉଁଠି ଲୁଚାଇ ରଖାଯାଇଛି ନା ସତରେ ପରିବାର ଲୋକ କହିବା ଭଳି ହତ୍ୟା କରାଯାଇଛି ସେନେଇ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି।

ଏଯାଏଁ ପୋଲିସ କୌଣସି ନିର୍ଦିଷ୍ଟ ବିନ୍ଦୁରେ ପହଞ୍ଚି ନଥିଲେ ମଧ୍ୟ ଆଜି ସନ୍ଧ୍ୟାସୁଧା ସମସ୍ତ ଘଟଣାର ଖିଅ ମିଳିଯିବ ବୋଲି ବିଶ୍ବାସ ରଖିଛି। ଏବେ ଗାଁ ପୁରା ପୁରୁଷ ଶୂନ୍ୟ ହୋଇ ପଡିଛି। କାଁ ଭାଁ କେତେଜଣ ମହିଳା ଦେଖାଯାଉ ଥିଲେ ହେଁ ପୁରୁଷ ଲୋକେ ଜଣେହେଲେ ନାହାନ୍ତି।

   Related Posts