Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମହିଳା ଓ ଦୁଇ ଶିଶଙ୍କୁ ହତ୍ୟା, ଘଟଣାସ୍ଥଳରୁ ମିଳିଲା ହାତୁଡି ; ସ୍ୱାମୀ ଫେରାର

20/07/2020 at 10:34 AM

ନୂଆଦିଲ୍ଲୀ ୨୦।୦୭: ସମ୍ପ୍ରତି କରୋନା କାଳରେ ଦିଲ୍ଲୀର ନିହାଲ ବିହାରରେ ରବିବାର ଏକ ଟ୍ରିପଲ ମର୍ଡର ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ ଘରେ ଦୁଇଜଣ ଛୋଟ ପିଲା ଓ ଜଣେ ମହିଳାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ସମ୍ପୃକ୍ତ ଥିବା ଦିଲ୍ଲୀ ପୁଲିସ ସନ୍ଦେହ କରୁଛି । କାରଣ ଘଟଣା ପରେ ମହିଳାଙ୍କ ସ୍ୱାମୀ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ନିହାଲ ବିହାରର ଶିବରାମ ପାର୍କସ୍ଥିତ ନିଜ ବାସଭବନରେ ୨୮ ବର୍ଷୀୟା ପ୍ରୀତି ନିଜ ସ୍ୱାମୀ ଓ ୯ ବର୍ଷୀୟ ପୁଅ ଏବଂ ୫ ବର୍ଷୀୟା ଝିଅ ସହ ରହୁଥିଲେ। କେଇଦିନ ହେଲା ତାଙ୍କ ଘରୁ ଆଉ ସୋରଶବ୍ଦ ଶୁଭି ନ ଥିଲା। ରବିବାର ୧୧ଟା ୩୦ରେ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ନିହାଲ ବିହାର ଥାନାକୁ ଫୋନ୍‌ ଲଗାଇଥିଲେ। ଫୋନ୍‌ କଲ୍‌ ପାଇ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଘରୁ ୩ଟି ମୃତଦେହ ଉଦ୍ଧାର କରିଥିଲା । ମୃତଦେହଗୁଡ଼ିକର ମୁହଁ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ଏହି ହତ୍ୟାକାଣ୍ଡରେ ହାତୁଡ଼ି ଭଳି ଅସ୍ତ୍ର ବ୍ୟବହାର କରାଯାଇଛି । ଘଟଣାସ୍ଥଳରୁ ଏହାକୁ ପୁଲିସ ଜବତ କରିଛି । ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ ହସ୍ପିଟାଲ ପଠାଯାଇଛି । ପ୍ରୀତିଙ୍କ ସ୍ୱାମୀ ଏକ ଘରୋଇ କାରଖାନାରେ କାମ କରୁଥିଲେ । ଦିଲ୍ଲୀ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ପ୍ରୀତିଙ୍କ ସ୍ୱାମୀ ଧରାପଡ଼ିବା ପରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।

   Related Posts