ଅଣସରରେ ମହାପ୍ରଭୁ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ : ସେପଟେ ରଥଖଳାରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ

Published By : Prameya-News7 Bureau | June 06, 2020 IST

ପୁରୀ ୬।୬: ସ୍ନାନବେଦୀରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ମହାପ୍ରଭୁ ଅନବସର ଘରେ ଅଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଗୁପ୍ତ ଉପଚାର ଚାଲିବ। ଏହି ସମୟରେ ପ୍ରଭୁଙ୍କ ପ୍ରତି ବଦଳରେ ପଟିଦିଅଁ ପୂଜା ପାଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ପଟିଦିଅଁ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ । ଅନ୍ୟପଟରେ ରଥଖଳାରେ ତିନିରଥର ଦ୍ବିତୀୟ ଭୂଇଁ ପଡ଼ି ସାରିଛି।

{"id":282045,"sizeSlug":"large"}

ସ୍ନାନବେଦୀରେ ୧୦୮ ଗରା ଜଳ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ପିଣ୍ଡିରେ ଅଛନ୍ତି । ତାଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ବରୀଙ୍କ ପଟ୍ଟିଦିଅଁ ପୂଜା ପାଉଛନ୍ତି । ଆଜି ସକାଳୁ ପଟ୍ଟିଦିଅଁଙ୍କ ସମ୍ମୁଖରେ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯାଉଛି। ଅଣସର ତାଟି ସମ୍ମୁଖରେ ପଟିଦିଅଁ ଓ ଖଟୁଲି ଉପରେ ଦଶ ଅବତାର ଠାକୁର ବିଜେ କରିଛନ୍ତି । ଅନବସରରେ ଥିବା ଠାକୁରଙ୍କୁ ଚକଟା ଭୋଗ ଓ ପଣାଭୋଗ ଲାଗି କରାଯାଉଛି।    

{"id":282046,"sizeSlug":"large"}

ସେପଟେ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ବିଶ୍ବନିୟନ୍ତାଙ୍କ ରଥନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରିନାହାକା ଉଠିଥିବା ବେଳେ ସ୍ନାନପୂର୍ଣ୍ଣିମା ବିଧି ମଧ୍ୟ ରଥଖଳାରେ ସମ୍ପାଦିତ ହୋଇଛି । ତେବେ ତିନି ରଥର ସମାନ ସମାନ ଭାବେ ଦ୍ବିତୀୟ ଭୂଇଁ କାମ ଶେଷ ହୋଇଥିବା ବେଳେ ଚାଳିରେ ତୃତୀୟ ଭୂଇଁ କାମ ଜାରି ରହିଛି । ଅନ୍ୟପଟେ ନେତ୍ରୋତ୍ସବ ଦିନ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ବିଧିବିଧାନ ରହିଥିବା ବେଳେ ଯଥେଷ୍ଟ ପୂର୍ବରୁ ରଥନିର୍ମାଣ କାମ ଶେଷ ହେବ ବୋଲି ଆଶା ରଖିଛନ୍ତି ରଥନିର୍ମାଣରେ ସମ୍ପୃକ୍ତ ମହାରଣା ସେବାୟତ।

{"id":282047,"sizeSlug":"large"}

୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ବରରେ ପୀଡ଼ିତ ଜଗତର ନାଥ ଜଗନ୍ନାଥ । ସେପଟେ ଏହି ସମୟରେ ବିଷ୍ଣୁରୂପୀ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ । କିନ୍ତୁ କୋଭିଡ଼୍ କଟକଣା ଯୋଗୁଁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଜାରି ହୋଇଛି ୧୪୪ ଧାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.