Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସଂସଦ ମୌସୁମୀ ଅଧିବେସନରୁ ଦୂରେଇ ରହିବେ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ତୃଣମୂଳ ସାଂସଦ

7/09/2020 at 8:59 PM

କୋଲକାତା ୭।୯: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏଥିରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଯୋଗ ଦେଇ ନପାରନ୍ତି। ଦେଶରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀ ସଂକ୍ରମଣରୁ ବର୍ତିବାଲାଗି ସମ୍ଭବତଃ ସାଂସଦମାନେ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବେଲି ସୂତ୍ରରୁ ସୂଚନା ମିଳୁଛି। ତେବେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଏ ନେଇ ଅଧିକାରୀକ ଭାବେ କୌଣସି ସୂଚନା ମିଳିନାହିଁ।

ତେବେ ଆଗାମୀ ସଂସଦ ଅଧିବେସନରେ ଦଳର ୬୫ ବର୍ଷରୁ ଅଧିକ ବୟସ୍କ ସାଂସଦମାନଙ୍କୁ ସଂସଦ ନପଠାଇବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି। ଉତ୍ତର କୋଲକାତା ଆସନରୁ ସାଂସଦ ନିର୍ବାଚିତ ୬୭ ବର୍ଷ ବୟସ୍କ ସୁଦୀପ ବନ୍ଦୋପଧ୍ୟାୟ କୋଲକାତାରେ ରହି ଲୋକସଭାରେ ସାଥୀମାନଙ୍କୁ ସମନ୍ୱୟ କରିବେ ବୋଲି କହିଛନ୍ତି। ସେହିପରି ଟିଏମସି ମୁଖ୍ୟ ସଚେତକ ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ମଧ୍ୟ ଅଧିବେଶନରେ ଯୋଗ ଦେଉନଥିବାର କହିଛନ୍ତି।

ସେ ଏ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇ ସାରିଥିବା ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ବୟସ ୭୧ ବର୍ଷ ଓ ସେ କେନ୍ଦ୍ର ସରକାରଙ୍କର ଅନଲକ-୪ ଗାଇଡଲାଇନ ମାନି ଘରେ ରହିବେ ବୋଲି କହିଛନ୍ତି। ଅନଲକ-୪ରେ କେନ୍ଦ୍ର ସରକାର ବୟୋଜ୍ୟେଷ୍ଠ ନାଗରିକଙ୍କୁ ଘରେ ରହିବା ଲାଗି କୁହାଯାଇଛି। ସେହି ଅନୁସାରେ ସେ ଅନଲକ୍-୪ ପାଳନ କରିବେ ବୋଲି କହିଛନ୍ତି।

ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶରେ କୋଭିଡ-୧୯ ସଂକ୍ରମଣ ଯୋଗୁ ସଂସଦ ଅଧିବେଶନ ଯେପରି ପ୍ରଭାବିତ ନ ହୁଏ ସେଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏଥିରେ ସଂସଦରେ ଅନେକ କିଛି ନୂଆ ହେବାକୁ ଯାଉଥିବା ବେଳେ ଏବେ ବୟୋଜ୍ୟେଷ୍ଠ ରାଜନେତାମାନେ ନିଜକୁ ଅଧିବେଶନରୁ ଦୂରେଇ ରଖିବାକୁ ଚିନ୍ତା କରିବା ମଧ୍ୟ ପ୍ରଥମ ଥର ହେବାକୁ ଯାଉଛି।

   Related Posts