ହତ୍ୟା ଭୟରେ ନିଜର ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ତୃଣମୂଳ ବିଧାୟକ

Published By : Prameya-News7 Bureau | March 14, 2020 IST

କୋଲକାତା ୧୪/୩: ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ଜଣେ ବିଧାୟକ ଜୟନ୍ତ ନସ୍କର ବଞ୍ଚି ଥାଉ ଥାଉ ନିଜର ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ତାଙ୍କୁ ନିଜ ହତ୍ୟା ଡର ଘାରିଲାଣି,ଏଥିପାଇଁ ସେ ଜୀବିତ ସମୟରେ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଫଳରେ ମୃତ୍ୟୁ ପରେ ଲୋକେ ତାଙ୍କୁ ମନେ ରଖିବେ। ପାର୍ଟିର ନେତା ଏଥିପାଇଁ ଦକ୍ଷିଣ ୨୪-ପ୍ରଗଣା ଜିଲ୍ଲାର ଗୋସାବା ଆସନରୁ ବିଧାୟକ ଜୟନ୍ତଙ୍କ ପରିହାସ କରୁଛନ୍ତି।

ଜୟନ୍ତ କୋଲକାତାର କୁମାରଟୋଲିର ଜଣେ ମୂର୍ତ୍ତିକାରଙ୍କୁ ୩ବର୍ଷ ତଳେ ଫାଇବର ଗ୍ଲାସ୍ ଏବଂ ମାଟି​‌ରେ ନିଜର ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ କହିଥିଲେ। ଜୟନ୍ତଙ୍କ କହିବା ଅନୁସାରେ କିଛି ବର୍ଷ ତଳେ ଅଲିପୁର ସେଣ୍ଟ୍ରାଲ ଜେଲରୁ ୪ଜଣ ଅପରାଧୀ ଫେରାର ହୋଇଯାଇଥିଲେ। ପୁଣି ଧରେ ଧରା ପଡ଼ିବା ପରେ ଅପରାଧୀମାନେ ମାନି ଥିଲେ ଯେ କିଛି ସ୍ଥାନୀୟ ନେତା ଜୟନ୍ତଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ସୁପାରୀ ଦେଇଥିଲେ।

ବିଧାୟକଙ୍କ କହିବା ଅନୁସାରେ, ତତ୍କାଳୀନ ପୋଲିସ୍ ଅଧୀକ୍ଷକ ପ୍ରବୀଣ ତ୍ରିପାଠୀ ତାଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ। ଏହା ପରେ ରାଜ୍ୟ ସରକାର ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥିଲେ। ଏବେ ତାଙ୍କ ସହ ୨୪ଘଣ୍ଟା ୧୧ଜଣ ବନ୍ଧୁକଧାରୀ ପୋଲିସ୍ ମୁତୟନ ରହିଛନ୍ତି। ଏହି ଘଟଣା ପରେ ସେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ ଯାହା ଫଳରେ ଯଦି ତାଙ୍କ ହତ୍ୟା ହୋଇଯାଉଛି ତେବେ ଲୋକେ ତାଙ୍କୁ ମନେ ରଖିବେ।

ଜୟନ୍ତ କହିଥିଲେ ଯେ ତୃଣମୂଳ କଂଗ୍ରେସରେ ହିଁ ତାଙ୍କର ଅନେକ ଶତ୍ରୃ ରହିଛନ୍ତି। କେତେକ ଲୋକ ଅନ୍ୟ ଦଳରୁ ଏହି ଦଳକୁ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.