Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହାର ସରକାରଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଟିଏମସି

24/07/2021 at 4:02 PM

କୋଲକାତା ୨୪/୭: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରସାର ଭାରତୀର ପୂର୍ବତନ ସିଇଓ ଏବଂ ପୂର୍ବତନ ଆଇଏଏସ୍‌ ଜବାହାର ସରକାରଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି । ଏନେଇ ଟିଏମସି ପକ୍ଷରୁ ଏକ ଟ୍ବିଟ୍‌ ମଧ୍ୟ କରାଯାଇଛି। ଜବାହାର ସରକାର ପ୍ରସାର ଭାରତୀ ସିଇଓ ଭାବେ କାର୍ଯ୍ୟ କରିଥିଲେ। ଦିନେଶ ତ୍ରିବେଦୀ ଇସ୍ତଫା ଦେବା ପରେ ରାଜ୍ୟସଭାର ଏହି ସିଟ୍‌ ଖାଲିପଡ଼ିଥିଲା।

ଟିଏମସି ଏହି ସିଟ୍‌ ପାଇଁ ଜବାହାର ସରକାରଙ୍କୁ ବାଛିଥିବା ଜଣାପଡ଼ିଛି। ଏନେଇ ଟିଏମସି ପକ୍ଷରୁ ଟ୍ବିଟ୍‌ କରାଯାଇଛି, ‘ରାଜ୍ୟସଭା ପାଇଁ ଜବାହାର ସରକାରଙ୍କୁ ମନୋନୀତ କରି ଖୁସୀ ଅଛୁ। ସେ ୪୨ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିଥିଲେ ଏବଂ ପ୍ରସାର ଭାରତୀରେ ସିଇଓ ଥିଲେ। ସାର୍ବଜନୀନ ସେବାରେ ତାଙ୍କର ଅତୁଳନୀୟ ଯୋଗଦାନ ଦେଶ ପାଇଁ କାମ କରିବାକୁ ଆହୁରି ସହାୟତା କରିବ।’  

ଏହା ପୂର୍ବରୁ ଏହି ସିଟ୍‌ରେ ଉପନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ୮ ଅଗଷ୍ଟ ଧାର୍ଯ୍ୟ କରିଥିଲେ। ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଫେବୃଆରୀରେ ରାଜ୍ୟସଭାରୁ ଇସ୍ତଫ ଦେବା ସହ ବିଜେପିରେ ସାମିଲ ହୋଇଥିଲେ।

ଜବାହାର ସରକାର ରାଜ୍ୟସଭା ସାଂସଦ ହେବା ଏକପ୍ରକାର ଧାର୍ଯ୍ୟ ହୋଇସାରିଛି । କାରଣ ବିଧାନସଭା ନିର୍ବାଚନରେ ଟିଏମସିକୁ ବିପୁଳ ବିଜୟ ମିଳିଛି। ଜବାହାର ସରକାରଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି ।  

   Related Posts