Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦଳର ନାମ ବଦଳାଇବାକୁ ପ୍ରସ୍ତୁତ ହେଉଛି ତୃଣମୂଳ କଂଗ୍ରେସ! ଖୁବ୍ ଶୀଘ୍ର ପରିବର୍ତ୍ତନ କରିପାରେ ନିଜ ସମ୍ବିଧାନ

2/12/2021 at 9:59 PM

କୋଲକାତା ୨।୧୨: ଜାତୀୟ ସଂପ୍ରସାରଣ ଲାଗି ମହତ୍ୱାକାଙକ୍ଷୀ ତୃଣମୂଳ କଂଗ୍ରେସ (ଟିଏମସି)ରେ ଏବେ ପାର୍ଟିର ନାମ ବଦଳ ନେଇ ଚର୍ଚ୍ଚା ହେଉଛି। ଏହାସହ ପାର୍ଟି ଖୁବ୍ ଶୀଘ୍ର ନିଜ ସମ୍ବିଧାନର ପରିବର୍ତ୍ତନ ମଧ୍ୟ କରିପାରେ। କୁହାଯାଉଛି ପାର୍ଟିର ନାମ ବଦଳାଇବାକୁ ଏବେବି ଦଳରେ ଚର୍ଚ୍ଚା ଚାଲିଛି। ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ।  ହେଲେ ଦଳର ନାମ ପରିବର୍ତ୍ତନ ହେବ କି ନା ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିଦିଆଯିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ତୃଣମୂଳକୁ ଜାତୀୟ ଦଳରେ ରୂପାନ୍ତରଣ ଲାଗି  ନାମ ପରିବର୍ତ୍ତନ ନିମନ୍ତେ ଚର୍ଚ୍ଚାତ ହେଉଛି ଓ ଦଳୀୟ ସମ୍ବିଧାନକୁ ମଧ୍ୟ ଖାସ ଏହି ଉଦ୍ଦେଶ୍ୟରେ ବଦଳା ଯିବ।  କାରଣ ଦଳର କାର୍ଯ୍ୟକାରିଣୀରେ ଏପର୍ଯ୍ୟନ୍ତ କେବଳ ବେଙ୍ଗଲର ନେତାମାନେ ହିଁ ସାମିଲ ଅଛନ୍ତି। ଏଥିରେ ଅନ୍ୟ କୌଣସି ରାଜ୍ୟର ନେତା ନାହାନ୍ତି। ଏଣୁ ଦଳ ନିଜର ସମ୍ବିଧାନ ସଂଶୋଧନ ପୂର୍ବକ କାର୍ଯ୍ୟକାରିଣୀକୁ ବିସ୍ତାର ଦେବାକୁ ବିଚାର କରୁଥିବା ଜଣାପଡିଛି।

ଅନ୍ୟପକ୍ଷରେ କୌଣସି ପାର୍ଟି ନିଜର ନାମ ବଦଳାଇବା ପାରିବ ବୋଲି ନିର୍ବାଚନ ଆୟୋଗଙ୍କ ଜନୈକ ପୂର୍ବତନ ଅଧିକାରୀ କହିଛନ୍ତି। ତେବେ ଏପରି କରିବାକୁ ହେଲେ ନିର୍ବାଚନ ଆୟୋଗଙ୍କ ମଞ୍ଜୁରି ଦରକାର। ତାଙ୍କ ଠାରୁ ଦଳର ନୂଆ ନାମ ଆଣିବାକୁ ପଡିବ। ନିର୍ବାଚନ ଆୟୋଗଙ୍କ ମାନଦଣ୍ଡ ଅନୁସାରେ ଟିଏମସିକୁ ଏକ ଜାତୀୟ ପାର୍ଟି ନଜରରେ ଏବେ ଦେଖାଯାଉଛି। ଦଳକୁ ମଧ୍ୟ ଏହି ମାନ୍ୟତା ହାସଲ ହୋଇସାରିଛି। ହେଲେ ଏହାର ଏପର୍ଯ୍ୟନ୍ତ ମୂଳ ଆଧାର ପଶ୍ଚିମବଙ୍ଗ ରହିଛି।

ଯେହେତୁ ପାର୍ଟି ଏବେ ଦେଶରେ ବିସ୍ତାରିତ ହେବାକୁ ଚାହୁଁଛି ଏଣୁ ନିଜ ସମ୍ବିଧାନରେ ପରିବର୍ତ୍ତନ କରିବ। ଏଥିରେ ଦଳର ନାମ ମଧ୍ୟ ବଦଳାଇବାକୁ ଯୋଜନା ଚାଲିଥିବାର ଜଣାପଡିଛି। ଯାହା ଦ୍ୱାରା ପାର୍ଟି ବେଙ୍ଗଲର ବୋଲି ଯେପରି ଆଗକୁ ପରିଚିତ ନ ହୁଏ। ଓ ସାରା ଦେଶରେ ପାର୍ଟିର ବିସ୍ତାର ରହିବ।

   Related Posts