‘ହାତ’ ଛାଡ଼ି ଟିଏମସିରେ ସାମିଲ ସୁସ୍ମିତାଙ୍କୁ ରାଜ୍ୟସଭା ଟିକେଟ୍‌, କହିଲେ- ‘ମୋ ନେତା ମମତାଙ୍କୁ ଧନ୍ୟବାଦ’

Published By : Prameya-News7 Bureau | September 14, 2021 IST

କୋଲକାତା ୧୪/୦୯: ନିକଟରେ କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହୋଇଥିବା ସୁସ୍ମିତା ଦେବଙ୍କୁ ମିଳିଲା ଉପହାର । ରାଜ୍ୟସଭା ପାଇଁ ମନୋନୀତ କଲା ଟିଏମସି । ଦଳ ପକ୍ଷରୁ ଏନେଇ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଏହା ସହ ଟ୍ବିଟରରେ ଦଳ ପକ୍ଷରୁ ଲେଖାଯାଇଛି, ‘ମହିଳା ସଶକ୍ତିକରଣ ଏବଂ ରାଜନୀତିରେ ଅଧିକରୁ ଅଧିକ ମହିଳାଙ୍କ ଯୋଗଦାନ ନେଇ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ସମାଜକୁ ଆହୁରି ଅଧିକ କିଛି ପ୍ରାପ୍ତ କରିବାକୁ ସାହାଯ୍ୟ କରିବ।’ 

wp:html /wp:html

ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ସୁସ୍ମିତା ଦେବ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ‘ମୁଁ ଅତ୍ୟନ୍ତ ଖୁସି। ମୁଁ ମୋର ନେତା ମମତା ବାନାର୍ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସଂସଦରେ ଅଧିକ ମହିଳା ସଦସ୍ୟଙ୍କୁ ସାମିଲ କରିବାର ତାଙ୍କର ଲକ୍ଷ୍ୟ ବାସ୍ତବରେ ଅନୁକରଣୀୟ। ମୁଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି।’

ସୁସ୍ମିତା ଦେବ ଟିଏମସିରେ ସାମିଲ ହେବା ପୂର୍ବରୁ କଂଗ୍ରେସର ମହିଳାମୋର୍ଚ୍ଚା ସଭାନେତ୍ରୀ ଥିଲେ। ଚଳିତବର୍ଷ ଅଗଷ୍ଟ ୧୬ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ସୁସ୍ମିତା ଦିବଂଗତ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୋହ ଦେବଙ୍କ ଝିଅ। ୨୦୧୪ରେ ପ୍ରଥମ ଥର ପାରିବାରିକ ସିଟ୍‌ ସିଲଚରରୁ ସେ ସଂସଦ ପହଞ୍ଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.