TMC ବିଧାୟକ ସମରେଶ ଦାଶଙ୍କ ପରଲୋକ, କରୋନା ଭାଇରସରେ ଥିଲେ ସଂକ୍ରମିତ

Published By : Prameya-News7 Bureau | August 17, 2020 IST

କୋଲକାତା ୧୭।୦୮: ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ମୃତ୍ୟୁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପାର୍ଟିର ବିଧାୟକ ସମରେଶ ଦାସଙ୍କ ସୋମବାର ଦିନ ନିଧନ ହୋଇଯାଇଛି । ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ, ଏବଂ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲୁଥିଲା । ତେବେ ଆଜି ତାଙ୍କର ନିଧନ ହୋଇଯାଇଛି । ୭୭ବର୍ଷୀୟ ସମରେଶ ଦାସ ପୂର୍ବ ମେଦିନାପୁରର ଏଗରାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ବିଧାୟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କିଛି ଦିନ ତଳେ ଟିଏମ୍‌ସି ବିଧାୟକ ସମରେଶ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ , ତାଙ୍କାର କରୋନା ଟେଷ୍ଟିଂ କରାଯାଇଥିଲା । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୧୬ଜୁଲାଇ ଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ  ତାଙ୍କୁ ତୁରନ୍ତ ପଂନ୍ସକୁରା ବାରୋମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୬ଜୁଲାଇ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହାର ଦୁଇ ଦିନ ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ସ୍ୱାସ୍ଥ୍ୟବସ୍ଥାକୁ ଦେଖି ତାଙ୍କୁ କୋଲାକାତା କୋଭିଡ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ମେଡିକାଲର ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା । ଯାହାକୁ ଦୃଷ୍ଟିରେ ରଖି ଶେଷରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଚିକିତ୍ସା ଜାରି ରହିଥିଲା । କିନ୍ତୁ ସୋମବାର ଦିନ ତାଙ୍କର ପରଲୋକ ହୋଇଯାଇଛି । ସୋମାବାର ଦିନ ବିଧାୟକ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମରେଶ ଦାସ ଟିଏମ୍‌ସିର ଜଣେ ପୁରାତନ ନେତାଙ୍କ ମଧ୍ୟରୁ ଜଣେ । ସେ ୨୦୦୯ରେ ପାର୍ଟିର ଟିକେଟରେ ଲୋକସଭା ନିର୍ବାଚନ ଜିତିଥିଲେ । ସେହିପରି ପୂର୍ବ ମେଦିନାପୁରରୁ ସେ ୨୦୧୧ ଓ ୨୦୧୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ।

 ପାର୍ଟିର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ଗଭୀର ଶୋକ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଟ୍ୱିଟ୍‌ କରି ଲେଖିଛନ୍ତି ଯେ,  ପୂର୍ବ ମେଦିନାପୁରର ଏଗ୍‌ରା ମଧ୍ୟରୁ ନିର୍ବାଚିତ ବିଧାୟକ ସମରେଶ ଦାଶଙ୍କ ନିଧନ ହୋଇଯାଇଛି । ତାଙ୍କ ମୃତ୍ୟୁର ଖବର ପାଇଁ ମୁଁ ଅତ୍ୟନ୍ତ ଦୁଃଖି । ସମରେଶଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ପରିବାର ଓ ପ୍ରଂଶସକଙ୍କ ପାଇଁ ମୁଁ ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.