Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପିଡିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇଲେ ଯୁବକ, ମେହବୁବାଙ୍କ ବୟାନକୁ କଲେ ବିରୋଧ

25/10/2020 at 7:34 AM

ଶ୍ରୀନଗର, ୨୫|୧୦: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତୀ ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି । ମେହବୁବାଙ୍କୁ ବିରୋଧ କରି ଜମ୍ମୁ-କାଶ୍ମୀରରେ ଅବସ୍ଥିତ ପିଡିପି କାର୍ଯ୍ୟାଳୟରେ କିଛି ଯୁବକ ତ୍ରିରଙ୍ଗା ଉଡାଇଛନ୍ତି । ତେବେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିବା ପିଡିପି ଅଭିଯୋଗ କରିଛି ।

ଦଳୀୟ ନେତା ଫିରଦୋସ ତକ୍ ଟ୍ୱିଟ୍ କରି କହିଛନ୍ତି ଯେ, ଜମ୍ମୁ ସ୍ଥିତ କାର୍ଯ୍ୟାଳୟରେ କିଛି ଲୋକ ଭଙ୍ଗାରୁଜା କରିଛନ୍ତି । ଏନେଇ ସେ କିଛି ଦକ୍ଷିଣପନ୍ଥୀ ନେତାଙ୍କୁ ଦାୟୀ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ହଠାତ କିଛି ଯୁବକ ଅଫିସ ଭିତରେ ଧସେଇ ପସିଥିଲେ । କିଛି ଲୋକଙ୍କୁ ମାଡ ମାରିଥିଲେ । ସେମାନେ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇବାକୁ ଚାହିଁଥିଲେ । ଏପରିକି ଅପଶବ୍ଦ ମଧ୍ୟ କହିଥିଲେ । ତେବେ ସେମାନଙ୍କ ପରିଚୟ ଜଣାପଡି ନାହିଁ । କିନ୍ତୁ ସେମାନେ ଦକ୍ଷିଣପନ୍ଥୀ ସଙ୍ଗଠନ ସହ ଜଡିତ ।

ସୂଚନାଯୋଗ୍ୟ, ମେହବୁବା ମୁଫତୀ ଶୁକ୍ରବାର କହିଥିଲେ ଯେ, ସେ ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ କୌଣସି ପତାକା ଧରିବେ ନାହିଁ । ଯେତେବେଳେ ଏହି ପତାକା ଆସିବ ସେତେବେଳେ ତ୍ରିରଙ୍ଗାକୁ ମଧ୍ୟ ବାହାର କରିଦିଆଯିବ । ସେତେବେଳ ସୁଦ୍ଧା ସେ ଅନ୍ୟ କୌଣସି ପତାକାକୁ ହାତ ଲଗାଇବେ ନାହିଁ ବୋଲି ମଧ୍ୟ କହିଥିଲେ ।

ମେହବୁବାଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଜେପି ଏହାକୁ କଡା ଭାଷାରେ ସମାଲୋଚନା କରିଛି । ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ମହସିନ୍ ରାଜା କହିଛନ୍ତି ଯେ, ମୁଫତୀ ପାକିସ୍ତାନ ଚାଲିଯିବା ଉଚିତ ।

   Related Posts