ସ୍ମାର୍ଟଫୋନ୍‌ରେ ପେଟର୍ଣ୍ଣ ଲକ୍‌ ଭୁଲିଯାଇଛନ୍ତି କି ? ଏହି ଉପାୟରେ କରନ୍ତୁ ଅନ୍‌ଲକ୍

Published By : Prameya-News7 Bureau | August 04, 2019 IST

ଅଧିକାଂଶ ଲୋକେ ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତେବେ ସ୍ମାର୍ଟଫୋନ୍‌ର ଡାଟା ସୁରକ୍ଷିତ ରଖିବା ପାଇଁ ଫୋନ୍‌ରେ ଅନେକ ଅପସନ୍‌ ରହିଥାଏ।  ଏଥିମଧ୍ୟରୁ ପେଟର୍ଣ୍ଣ ଲକ୍‌ ଫିଚର ବେଶ ପପୁଲାର। କିନ୍ତୁ ସାଧାରଣତଃ ଲୋକେ ଫୋନ୍‌ ଲକ୍‌ କରିବା ପାଇଁ ସେଟ୍‌ କରିଥିବା ପେଟର୍ଣ୍ଣ ଭୁଲିଯାଆନ୍ତି। ଏଭଳି ପରିସ୍ଥିତିରେ ଫୋନ୍‌ ଅନ୍‌ଲକ୍‌ କରିବା ପାଇଁ ଏକ ଉପାୟ ଅଛି। ଯାହା ଦ୍ବାରା ଫୋନ୍‌ ଲକ୍‌ ଖୋଲିଯିବ।

ଏହି ଉପାୟ ସେହି ସ୍ମାର୍ଟଫୋନ୍‌ରେ କାମ କରିବ ଯେଉଁଥିରେ ଏଣ୍ଡ୍ରୋଏଡ୍‌ ଡିଭାଇସ୍‌ ମ୍ୟାନେଜର ଆକ୍ଟିଭ ଥିବ। ଏଥିପାଇଁ ଏଣ୍ଡ୍ରୋଏଡ୍‌ ଡିଭାଇସ୍‌ ମ୍ୟାନେଜର ୱେବ୍‌ସାଇଟ୍‌ ଯାଇ ଗୁଗୁଲ ଆକାଉଣ୍ଟରୁ ଲଗଇନ୍‌ କରିବାକୁ ପଡିବ। ନିଜ ଫୋନ୍‌ ସହ କନେକ୍‌ଟେଡ୍‌ ଥିବା ଆକାଉଣ୍ଟରୁ ହିଁ ଲଗଇନ୍‌ କରିବା ଆବଶ୍ୟକ। ଲଗଇନ୍‌ କରିବା ପରେ ଇରେଜ ଅପସନ୍‌ରେ କ୍ଲିକ୍‌ କରିବା ଜରୁରୀ।

ଏହା ଦ୍ବାରା ଫୋନ୍‌ ଫେକ୍‌ଟ୍ରୀ ରିସେଟ୍‌ ହୋଇଯିବ। ଫଳରେ ଫୋନ୍‌ରେ ପୁଣିଥରେ ପାସୱାର୍ଡ ସେଟ କରିହେବ। ହେଲେ ଏହି ଟ୍ରିକ୍‌ ଦ୍ବାରା ଫୋନ୍‌ର ସବୁ ଡାଟା ଟିଲିଟ ହୋଇଯିବ।ଯଦି ଏଣ୍ଡ୍ରଏଡ୍‌ ୪.୪ ବା ଏହାର ପୂରୁଣା ଭର୍ସନର ବ୍ୟବହାର କରୁଛନ୍ତି ତାହେଲେ ଏହି ଟ୍ରିକ୍‌ ଫୋନ୍‌ରେ ବ୍ୟବହାର କରିହେବ। ଫୋନ୍‌ ଲକ୍‌ ହୋଇ ପାସୱାର୍ଡ ମନେ ନଥିଲେ ଫରଗଟ ପିନ୍‌, ଫରଗେଟ ପାସୱାର୍ଡ ବା ଫରଗଟ୍‌ ଅପସନ୍‌ ଆସିବ।

ସେଥିରେ ନିଜ ଇମେଲ ଆଇଡି ଦେଇ ଲଗଇନ୍‌ କରିବା ଜରୁରୀ। ଏହାପରେ ପାସୱାର୍ଡ ରିସେଟ୍‌ କରିବାର ଅପସନ ନଜର ଆସିବ। ତେବେ ଖାସ୍‌ ବିଷୟ ଏହା ଯେ, ଏହି ଟ୍ରିକ୍‌ ଦ୍ବାରା ଫୋନ୍‌ର ଡାଟା ମଧ୍ୟ ସେଫ ରହିବ। ଏହି ସବୁ ଟ୍ରିକ୍‌ କାମ ନଦେଲେ ଆଉ ଏକ ଅପସନ୍‌ ମଧ୍ୟ ଅଛି ଯାହା ଦ୍ବାରା ଫୋନ୍‌ ଅନଲକ୍‌ କରିହେବ।  ଏହି ପରିସ୍ଥିତିରେ ହାର୍ଡ ରିସେଟ୍‌ କରିବାକୁ ହେବ।

ଏଥିପାଇଁ ପାୱାର ଓ ଭଲ୍ୟୁମ୍‌ ବଟମ୍‌କୁ କିଛି ସମୟ ପାଇଁ ଏକା ସହ ଧରି ରଖିଲେ ଫୋନ୍‌ ରିକଭର ମୋଡ୍‌କୁ ଆସେ। ରିକଭରି ମୋଡ୍‌କୁ ଆସିବା ପରେ  ସ୍କ୍ରିନ୍‌ରେ ଦିଆଯାଇଥିବା ଅପସନ୍‌କୁ ଫଲୋ କରିବା ଉଚିତ୍‌। ଫଳରେ ନୂଆ ପାସୱାର୍ଡ ସେଟ୍‌ ହୋଇଯିବ।   ଏହା ବ୍ୟତୀତ ଫୋନ୍‌ରେ ଗୁଗୁଲ ଆସିସ୍‌ଷ୍ଟେଣ୍ଟ ପ୍ରଥମରୁ ସେଟ୍‌ କରିଲେ ଓ ନିଜ ଭଏସ୍‌ ରେକର୍ଡ କରିଥିଲେ, ଅନ୍‌ଲକ୍‌ ୱିଥ୍‌ ଭଏସ୍‌ ଅପସନ୍‌ ଦ୍ବାରା ଫୋନ୍‌ ଖୋଲି ହେବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.