ଖୋଲାରେ ମିଳୁଥିବା କ୍ଷୀର ହେଉ କି ପ୍ୟାକେଟ କ୍ଷୀର, ସବୁ ଏବେ ଅପମିଶ୍ରିତ: ଏହା ପାନ କଲେ କଣ ହେବ ଅସୁବିଧା ଓ କେମିତି ଚିହ୍ନିବେ ଅସଲି ଜାଣନ୍ତୁ…

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ୨୩|୧୦: ଆମେ ପିଉଥିବା କ୍ଷୀର କେତେ ସୁରକ୍ଷିତ ?  ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀରରେ କୌଣସି ଅପମିଶ୍ରିତ କେମିକାଲ ମିଶା ଯାଉନାହିଁ ତ ? ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ତ ?  ଏମିତି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ ।

{"id":173712}

କାରଣ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ –FSSAI ରିପୋର୍ଟ ଅନୁଯାୟୀ ପ୍ୟାକେଟ କ୍ଷୀରରେ ମାତ୍ରାଧିକ ଆଣ୍ଟି ବାୟୋଟିକ ଓ ଏଫ୍ଲାଟକ୍ସିନ୍‌ ଏମ୍‌-ୱାନ୍‌ ଭଳି ରାସାୟନିକ ପଦାର୍ଥ ରହୁଛି । ଯାହା ସ୍ବାସ୍ଥ୍ୟପାଇ କ୍ଷତିକାରକ । ଏହାସହ କ୍ଷୀରରେ ଡିଟରଜେଣ୍ଟ, ସୋଡା, ୟୁରିଆ ଏବଂ ହ୍ବାଇଟ୍ ପେଣ୍ଟ ଭଳି ସାମଗ୍ରୀ ମିଶାଯାଉଛି ।  କିଏ ଦେବ ବିଶୁଦ୍ଧ କ୍ଷୀରର ଗ୍ୟାରେଣ୍ଟି ? 

{"id":173713}

ଆମେ ଯେଉଁ କ୍ଷୀର ପିଉଛେ ସେଥିରେ କେତେ ମାତ୍ରାରେ କ୍ଷୀର, ଆଉ କେତେ ରାୟାୟନିକ ପଦାର୍ଥ ମିଶିଛି ତାହା ଜାଣନ୍ତି କି ?  ହ ଆଜ୍ଞା, ଏକଥା ଜାଣିଲେ ବୋଧେ ଆପଣ କ୍ଷୀର ପିଇବା ଛାଡି ଦେବେ । କ୍ଷୀରରେ ଅପମିଶ୍ରଣ ହେଉଛି । ଆର୍ଥାତ୍ ଆମେ ବଜାରରୁ କିଣି ପିଉଥିବା କ୍ଷୀର ଆଦୌ ବିଶୁଦ୍ଧ ନୁହେଁ ।

{"id":173714}

ଲାଭ ଲୋଭରେ ଭେଜାଲ ହେଉଛି ଗୋରସ । ଆଗରୁ ଯେତେବେଳେ ଗଉଡ଼ ଘରେ କ୍ଷୀର ଦେଉଥିଲେ ସେଥିରେ ପାଣି ମିଶୁଥିଲା । ଏବେ କିନ୍ତୁ ମିଶ୍ରଣର ଶୈଳୀ ବଦଳିଗଲାଣି । କ୍ଷୀରରେ ମିଶାଯାଉଛି ଡିଟରଜେଣ୍ଟ, ସୋଡା , ୟୁରିଆ, ହ୍ବାଇଟ୍ ଫେଣ୍ଟ୍ ଭଳି ସାମଗ୍ରୀ ।

{"id":173715}

ପ୍ୟାକେଟ କ୍ଷୀରରେ ମାରାତ୍ମକ ଆଣ୍ଟି ବାୟୋଟିକ୍‌ ଓ ଆଫ୍ଲାଟକ୍ସିନ୍‌ ଏମ୍‌-ୱାନ୍‌ ଭଳି ରାସାୟନିକ ମିଶୁଛି । ଏମିତି ଏକ ରିପୋର୍ଟ ଦେଇଛି ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ –FSSAI  । ଯାହା ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ୨୦୧୮ ରୁ ୨୦୧୯ ମେ ମାସ ମଧ୍ୟରେ ଦେଶର ୧୧୦୩ଟି ସହରରୁ ସଂଗୃହୀତ ୬୪୩୨ ପ୍ୟାକେଟ୍ କ୍ଷୀରକୁ ନମୁନା ଭାବେ ନେଇ ସର୍ଭେ କରିଥିଲା FSSAI ।

{"id":173716}

ଏହା ଭିତରୁ ୪୧ ପ୍ରତିଶତ ପ୍ୟାକେଟ କ୍ଷୀରରେ ସୁରକ୍ଷା ମାପଦଣ୍ଡ ପାଳନ ହୋଇନଥିବା ବେଳେ ୭ ପ୍ରତିଶତ ପ୍ୟାକେଟ୍‌ କ୍ଷୀର ଆଦୌ ବ୍ୟବହାର ଯୋଗ୍ୟ ନୁହେଁ । ନମୁନାରୁ ଆଫ୍ଲାଟକ୍ସିନ ଏମ-୧ ମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି ।

{"id":173717}

FSSAI ରିପୋର୍ଟ ଆସିବା ପରେ କ୍ଷୀରର ମାନକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । କିନ୍ତୁ ଏହା ପୂର୍ବରୁ ବି କ୍ଷୀରର ମାନକୁ ନେଇ ସତର୍କ କରାଇ ଦେଇଥିଲା FSSAI । ଯାହାକୁ ନେଇ ପାର୍ଲାମେଣ୍ଟରେ କଥା ଉଠିଥିଲା । ୨୦୧୬ ମାର୍ଚ୍ଚ ୧୬ ତାରିଖରେ ସଂସଦରେ କ୍ଷୀରରେ ଅପମିଶ୍ରଣକୁ ନେଇ ଉଦ୍ ବେଗ ପ୍ରକାଣ କରିଥିଲେ ବିଭିନ୍ନ ଦଳର  ସାଂସଦ ।

{"id":173718}

୬୮.୭ ପ୍ରତିଶତ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟରେ ଅପମିଶ୍ରଣ ହେଉଥିବା FSSAI ରିପୋର୍ଟରେ ଦର୍ଶାଇଥିଲା । ଏହି ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲେ ସେତେବେଳର ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଧନ ।

{"id":173719}

ଏଭଳି ଅପମିଶ୍ରିତ କ୍ଷୀର ଶରୀର ଉପରେ କି ପ୍ରଭାବ ପକାଏ ?  ଚିକିତ୍ସକଙ୍କ ମତରେ କ୍ଷୀରରେ ପ୍ରଦୂଷିତ ପଦାର୍ଥ ମିଶିଲେ ଫୁଡ୍‌ ପଏଜନିଂ, ପେଟ ଯନ୍ତ୍ରଣା, ଡାଇରିୟା, ବାନ୍ତି, ତରଳ ଝାଡା ହେବାର ଆଶଙ୍କା ଥାଏ । ନିକଟରେ କରାଯାଇଥିବା ଗବେଷଣାରୁ ଆହୁରି ମଧ୍ୟ ଜଣାଯାଇଛି ଯେ, ଯଦି କ୍ଷୀରରେ କୀଟନାଶକ ବା ରାସାୟନିକ ପଦାର୍ଥ ମିଶାଯାଇଥାଏ ତେବେ ତା’ର କୁପ୍ରଭାବ ଶରୀର ଉପରେ ଦୀର୍ଘ ଦିନ ଧରି ପଡ଼ିବ। ଏଭଳି କ୍ଷେତ୍ରରେ କିଡନି ନଷ୍ଟ ହେବାର ବି ଆଶଙ୍କା ରହିଛି। ଏହା ଲିଭର ବା ଯକୃତ ପାଇଁ ବି କ୍ଷତିକାରକ ।

{"id":173720}

ତେବେ କେମିତି ଚିହ୍ନିବେ କ୍ଷୀର ଅସଲି କି ନକଲି ?  ସିନ୍ଥେଟିକ କ୍ଷୀର ଜାଣିବାକୁ ହେଲେ ତାକୁ ଶୁଙ୍ଘନ୍ତୁ । ଯଦି ବାସ୍ନା ସାବୁନ ପରି ହେଉଥାଏ, ତା’ହେଲେ ଜାଣିବା ଯେ କ୍ଷୀରରେ ମିଶ୍ରଣ ହୋଇଛି । ଅସଲି କ୍ଷୀରର ବାସ୍ନା ମିଠା ହୋଇଥାଏ । ନକଲି କ୍ଷୀର ଗରମ କଲେ ଏହାର ରଙ୍ଗ ହଳଦିଆ ହୋଇଯାଏ । କିନ୍ତୁ ଅସଲି କ୍ଷୀରକୁ ଗରମ କରିଲେ, ଏହାର ରଙ୍ଗ ପରିବର୍ତ୍ତନ ହୋଇନଥାଏ । କ୍ଷୀରକୁ ହାତରେ ଧରି ଘଷିଲେ ଯଦି ଏହା ଅଠାଳିଆ ଲାଗେ, ତେବେ ଜାଣିବେ ଏହା ନକଲି କ୍ଷୀର ।

{"id":173721}

ତେବେ ବିଶୁଦ୍ଧ କ୍ଷୀରର ଗ୍ୟାରେଣ୍ଟି କିଏ ଦେବ ?  ଆମେ ପିଉଥିବା କ୍ଷୀର ଯେ ଶତ ପ୍ରତିଶତ ବିଶୁଦ୍ଧ ତାହା କିଏ ସୁନିଶ୍ଚିତ କରିବ ?  କବେଳ ସତର୍କ ଓ ସଚେତନତା ହିଁ ଏକମାତ୍ର ମାଧ୍ୟମ ଯାହା ଦ୍ବାରା ମୁନାଫାଖୋରଙ୍କ ମାରତ୍ମକ ଖେଳରୁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ । 

{"id":173722}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.