ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ- ଗୋଟିଏ ଯୁଗର ଅବସାନ ଘଟିଲା

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୦୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଘଟିଛି। ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପ୍ରଣବ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଗତ ଦିନରେ ପ୍ରଣବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ପ୍ରଣବ ମୁଖାର୍ଜୀ ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ ଏବଂ ୨୦୧୭ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ୨୦୧୯ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ନିଧନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ରାମନାଥ କୋବିନ୍ଦ ଟ୍ଵିଟ୍‌ କରି ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନ ଖବର ଶୁଣି ଦୁଃଖିତ। ତାଙ୍କର ଚାଲିଯିବା ଏକ ଯୁଗର ଅନ୍ତ ଘଟିଛି। ପ୍ରଣବ ଦେଶର ସେବା କରିଛନ୍ତି। ଆଜି ତାଙ୍କର ପରଲୋକରେ ପୂରା ଦେଶ ମର୍ମାହତ।

wp:html /wp:html

ସେ କହିଛନ୍ତି ଅସାଧାରଣ ବିବେକର ଧନୀ, ଭାରତ ରତ୍ନ ଶ୍ରୀ ମୁଖାର୍ଜୀଙ୍କ ବ୍ୟକ୍ତିତ୍ଵରେ ପରମ୍ପରା ଓ ଆଧୁନିକତାର ଅଭିନବ ସଙ୍ଗମ ଥିଲା। ୫ ଦଶନ୍ଧିର ନିଜର ସାର୍ବଜନୀନ ଜୀବନରେ ଉଚ୍ଚ ପଦରେ ଆସିନ ରହିବା ପରେ ବି ସେ ତୃଣମୂଳସ୍ତରେ ଜଡିତ ଥିଲେ। ନିଜର ସୌମ୍ୟ ଓ ମେଳାପି ସ୍ଵଭାବ କାରଣରୁ ରାଜନୈତିକ କ୍ଷେତ୍ରରେ ସେ ସର୍ବପ୍ରିୟ ଥିଲେ।

ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳୀ

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ପୂରା ଦେଶ ଦୁଃଖି। ସେ ଜଣେ ଷ୍ଟେଟ୍ସମ୍ୟାନ ଥିଲେ। ସେ ରାଜନୈତିକ କ୍ଷେତ୍ର ଓ ସାମାଜିକ କ୍ଷେତ୍ରର ସବୁ ବର୍ଗର ସେବା କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜର ରାଜନୈତିକ କ୍ୟାରିୟରରେ ଆର୍ଥିକ ଓ ସାମରିକ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। ସେ ଜଣେ ଭଲ ସାଂସଦ ଥିଲେ, ଯିଏ ପୂରା ପ୍ରସ୍ତୁତି ସହ ଉତ୍ତର ରଖୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.