ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | May 20, 2021 IST

ଚଣ୍ଡିଖୋଲ ୨୦।୫: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କବି ବୈଷ୍ଣବ ଚରଣ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ ସମାଜସେବୀ ଯଶୋଦିପ୍ତ ସାମଲ ଅଧ୍ୟକ୍ଷତାରେ କୋଭିଡ୍ ନିୟମ ଅନୁସାରେ ପ୍ରସ୍ତରଗ୍ରାମ ଶୁଖୁଆପଦାର ଆଖପାଖ ଅଞ୍ଚଳର କିଛି ବରିଷ୍ଠ ପ୍ରସ୍ତରଶିଳ୍ପୀ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ଅଧ୍ୟାପକ ଅଶୋକ ସାମଲ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ରଘୁନାଥ ମହାପାତ୍ର ଯିଏକି ଦ୍ବିତୀୟ କୋଣାର୍କ ଗଢିବାକୁ ମନ ବଳାଇ ଥିଲେ । ରାଜ୍ୟ ସଭା ସାଂସଦ ଭାବେ ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ ଦିନରେ ପଥର ଅଭାବ ଜନିତ ସମସ୍ୟାରେ ଜର୍ଜରିତ ଓଡିଶାର ପଥର କାରିଗରଙ୍କ ଦୁଃଖ ଉପସ୍ଥାପନ କରିଥିଲେ । ତାଙ୍କ ବିୟୋଗରେ ଓଡିଶାର ଅପୂରଣୀୟ କ୍ଷତି ଘଟିଲା ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ଉପସ୍ଥିତ ସମସ୍ତ ପ୍ରସ୍ତର କାରିଗରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.