ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | June 03, 2021 IST

ଭଦ୍ରକ ୩।୬: ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧକ୍ଷ ବ୍ୟମୋକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ଵାଇଁଙ୍କ ସମେତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

{"id":460829,"sizeSlug":"large","linkDestination":"none"}

ବିଜୟଶ୍ରୀଙ୍କ ମର ଶରୀରକୁ ବେତଡା ଓ ପରେ ବସୁଦେବପୁର ସ୍ଥିତ ବାସଭବନକୁ ନିଆଯିବ । ସେଠାରେ ସମର୍ଥକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଶେଷ ଦର୍ଶନ ପରେ ନିର୍ବାଚନମଣ୍ଡଳୀ ପରିକ୍ରମା କରି ତିହିଡି ବ୍ଲକ ସ୍ଥିତ ମୁକୁନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.