ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଭାରତ ମାତା କି ଜୟ ଧ୍ବନିରେ କମ୍ପିଲା ସହର
17/02/2019 at 4:28 PM

କେନ୍ଦ୍ରାପଡା୧୭|୨: ପୁଲଓବାମା ସହିଦଙ୍କୁ ଶ୍ରଦ୍ଧାଳି ଅର୍ପଣ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସମସ୍ତ କାର୍ଯୟରତ ସାମ୍ବାଦିକ। ସ୍ଥାନୀୟ ନୂଆ ବସ୍ ଷ୍ଟାଣ୍ଡଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗଦେଇ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘ ଓ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ। ଶତାଧିକ ପୁରୁଷ ଓ ମହିଳା ହାତରେ ମହମବତୀ ଧରି ପ୍ରାୟ ଏକ ଘଂଟା ନିରବରେ ଛିଡା ହୋଇ ରହିଥିଲେ।

ଶେଷରେ ଭାରତମାତା କୀ ଜୟ ଧ୍ବନିରେ କମ୍ପି ଉଠିଥିଲା କେନ୍ଦ୍ରାପଡା ସହର। ଚିତ୍ର ଶିଳ୍ପୀ ବିଭୁତି ଭୂଷଣ ମହାନ୍ତି ଏକ ଆକର୍ଷଣୀୟ ଭାରତ ମାନଚିତ୍ର ଅଙ୍କନ କରି ଶହିଦଙ୍କ ସ୍ମୃତି ଚାରଣ କରିଥିଲେ।

Related Posts
ପାଗଳ ମାଙ୍କଡ଼ ଆତଙ୍କ : ଗୋଡେଇ ଗୋଡେଇ କାମୁଡୁଛି, ୨ ନାବାଳକ ଆହତ
25 January 2021