ମହାନଦୀ ଜଳ ବିବାଦ ମାମଲା : ଜୁଲାଇ ୧୩ ତାରିଖ ଯାଏଁ ଟ୍ରିବ୍ୟୁନାଲ୍ ଘୁଞ୍ଚାଇଲେ ଶୁଣାଣି

Published By : Prameya-News7 Bureau | May 11, 2019 IST

ନୂଆଦିଲ୍ଲୀ ୧୧|୫:  ମହାନଦୀ ଜଳ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ବିବାଦ ମାମଲାର ଶୁଣାଣି ତାରିଖକୁ ଜୁଲାଇ ୧୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି ଟ୍ରିବ୍ୟୁନାଲ୍‌। ବୈଠକ କରି ଆପୋଷ ସମାଧାନ ଲାଗି ଦୁଇ ରାଜ୍ୟକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ‘ଫୋନି’ ଯୋଗୁଁ ବୈଠକ ହୋଇ ପାରିନଥିବା  କୋର୍ଟଙ୍କୁ ଅବଗତ କରାଇଲେ ଓଡିଶା ଆଇନଜୀବୀ । ତେଣୁ, ଟ୍ରିବ୍ୟୁନାଲ୍‌ ଏଥି ପାଇଁ ଦୁଇ ରାଜ୍ୟକୁ ୪ ସପ୍ତାହ ମଧ୍ୟରେ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକ ପୂର୍ବରୁ ପ୍ରକଳ୍ପ ପରିଦର୍ଶନ କରିବାକୁ ଓଡିଶା ଓ ଛତିଶଗଡକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି ।  ଜୁନ୍‌ ମାସରେ ଓଡିଶାର ପ୍ରତିନିଧି ଦଳ ପ୍ରଥମେ ଛତିଶଗଡ ଯିବେ ଓ ତାପରେ ଛତିଶଗଡ ପ୍ରତିନିଧି ଦଳ ଓଡିଶା ଆସିବେ। ଉଭୟ ରାଜ୍ୟର ପ୍ରତିନିଧି ଦଳ ବୈଠକରେ ଏକତ୍ର ହେବା ପରେ କୋର୍ଟରେ ରିପୋର୍ଟ ଦାଖଲ କରିବା ପରେ ମାମଲାର ଶୁଣାଣି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.