Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବଂଶଧାରା ଜଳ ବିବାଦ ; ସ୍ଥିତି ସମୀକ୍ଷା କରିବେ ଟ୍ରିବ୍ୟୁନାଲ ସଦସ୍ୟ

24/12/2018 at 11:11 AM

ଭୁବନେଶ୍ବର ୨୪|୧୨: ବଂଶଧାରା ଜଳ ବିବାଦ । ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି । ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଆନ୍ଧ୍ରପ୍ରଦେଶ ଆସୁଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ । ସକାଳେ ଟ୍ରିବ୍ୟୁନାଲର ସଦସ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ପ୍ରକଳ୍ପ ସ୍ଥାନକୁ ଯିବେ । ସ୍ଥିତି ପରଖିବା ପରେ ସେମାନେ ଆନ୍ଧ୍ରପ୍ରଦେଶ ଜଳସଂପଦ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ପରେ ପାରଳାଖେମୁଣ୍ଡିରେ ପହଞ୍ଚି ରାତିରେ ରହିବେ । ଓଡିଶାର ଜଳସମ୍ପଦ ବିଭାଗର ଅଧିକାରୀ ଓ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ୨୬ରେ ଆନ୍ଧ୍ର ସରକାରଙ୍କ ସହ ଆଲୋନଚା ପରେ ୨୭ରେ ପୁରୀଠାରେ ରାଜ୍ୟ ସରକାରଙ୍କ  ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ।

   Related Posts