Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

10/11/2019 at 3:39 PM

ପୁରୀ ୧୦।୧୧: ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପଞ୍ଚୁକର ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପଞ୍ଚୁକର ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ। ତେଣୁ ଏହି ବିଶ୍ୱାସ ନେଇ ଶ୍ରୀମନ୍ଦିରରେ ଲାଗି ରହିଛି ଭକ୍ତଙ୍କ ପ୍ରବଳ ଗହଳି। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚୁକର ଏହି ତୃତୀୟ ଦିନରେ ଆଜି ମହାପ୍ରଭୁ ଦର୍ଶନ ଦେଇଛନ୍ତି ତ୍ରିବିକ୍ରମ ବା ଆଡ଼ିକିଆ ବେଶରେ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅବକାଶ ନୀତି ସମାପନ ହେବା ପରେ ପୁଷ୍ପାଳକ ସେବାୟତଙ୍କ ଦ୍ୱାରା ଆଡ଼ିକିଆ ବେଶ କରାଯାଇଥିଲା। ଆଡ଼ିକିଆ ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ତ୍ରିବିକ୍ରମ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମଳେ ବୋଲି ବିଶ୍ୱାସ ରହିଥିବାରୁ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ୍ ଗହଳି ଜମିଛି।

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅବକାଶ ନୀତି ସମାପନ ହେବା ପରେ ପୁଷ୍ପାଳକ ସେବାୟତଙ୍କ ଦ୍ୱାରା ତ୍ରିବିକ୍ରମ ବେଶ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ତେବେ ଏହି ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଛି।

ଆସନ୍ତାକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜିଉଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବା ସହ ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ଶ୍ରୀଜିଉ।

   Related Posts