Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମରେ ସନ୍ଧ୍ୟା ଆରତୀ-ମହାନଦୀ ସହ ମଶିଛନ୍ତି ଏହି ଦୁଇ ନଦୀ

14/11/2019 at 8:11 PM

ସୁବର୍ଣ୍ଣପୁର ୧୪।୧୧ – ସଂଗମରେ ସନ୍ଧ୍ୟା ଆରତୀ ।  କେବଳ ଆଧ୍ୟାତ୍ମିକ ମନୋଭାବ ପାଇଁ ମହା ଆରତୀ ନୁହେଁ ବରଂ ସ୍ବଚ୍ଛ ଓ ନିର୍ମଳ ପୁଣ୍ୟତୋୟା ଚୀରସ୍ରୋତା ମହାନଦୀର ଅବିରତ ଧାରାରେ ଉତ୍କଳୀୟଙ୍କୁ ଯୋଡିବାର ପ୍ରୟାସ । ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ରାମେଶ୍ବର ମନ୍ଦିର ପାର୍ଶ୍ବ ତ୍ରିବେଣୀ ସଙ୍ଗମରେ ଆୟୋଜିତ ହେ।ଇଯାଇଛି ମହା ଆରତୀ । ସଙ୍ଗମରେ ଜଳଦେବୀଙ୍କ ପୂଜା ଆରାଧନା ସହିତ ଜନସାଧାରଣଙ୍କ ଭିତରେ ମହାନଦୀକୁ ନେଇ ସଚେତନତା ସୃଷ୍ଟି କରାଯାଇଛି ।

ଚିରସ୍ର।ତା ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ କରିବାକୁ ପ୍ରୟାସ । ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମ ଆରତୀ କମିଟି ପକ୍ଷରୁ ଆୟେ।ଜିତ ହେ।ଇଯାଇଛି ମହା ଆରତୀ । ସହରର ପ୍ରାଚୀନ ଶୈବପୀଠ ବାବା ରାମେଶ୍ବର ମନ୍ଦିରର ପାର୍ଶ୍ବରେ ପ୍ରବାହିତ ଚିରସ୍ରୋତା ମହାନଦୀ,ତେଲନଦୀ ଓ କର୍ପୂର ନଦୀର ମିଳନ ସ୍ଥଳୀ ତ୍ରୀବେଣୀ ସଙ୍ଗମରେ ମହା ଆରତୀ କରି ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ସନ୍ଧ୍ୟାରେ ମହା ଆରତୀର ଆୟୋଜନ ହୋଇଥିଲା । ଛୋଟ ଆରତୀ, କର୍ପୁର ଆରତୀ, ଆଲଟ ସେବା, ଚାମର ସେବା ପରେ ହୋଇଥିଲା ମହା ଆରତୀ । ତିନିଜଣ ପୂଜକଙ୍କ ଏହି ସେବା ବେଳେ ହରିବୋଲ ହୁଳହୁଳି ଧ୍ଵନିରେ କମ୍ପି ଉଠିଥିଲା ସଙ୍ଗମସ୍ଥଳୀ ।

ରାମେଶ୍ବରଙ୍କ କୃପା ଲାଭ ସହ ମହା ଆରତୀରେ ସାମିଲ ହେ।ଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସ୍ବଚ୍ଛ ଓ ନିର୍ମଳ ମହାନଦୀ ପାଇଁ ନେଇଥିଲେ ଶପଥ । ୫ ବର୍ଷ ଧରି ଆୟେ।ଜିତ ହେ।ଥଇ ଆସୁଥିବା ଏହି ଅନନ୍ୟ ସଂଧ୍ୟା ଆଳତୀ ସମାରୋହକୁ ବେଶ୍ ଉପଭେ।ଗ କରିଥିଲେ ଶ୍ରଦ୍ଧାଳୁ ।

ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ସଙ୍ଗମ ଆରତୀ କମିଟିର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ।

   Related Posts