ଭଲ ବର୍ଷାପାଇଁ ରାଞ୍ଚିର ଆଦିବାସୀ ବିଷଧର ସାପଙ୍କ ସହ ଖେଳନ୍ତି ବିପଦଜ୍ଜନକ ଖେଳ

Published By : Prameya-News7 Bureau | August 23, 2018 IST

ରାଂଚି୨୩|୮: ଆମ ଦେଶର କୋଣ ଅନୁକୋଣରେ ବିଭିନ୍ନ ଧର୍ମ ଓ ବିଶ୍ବାସକୁ ନେଇ ବଞ୍ଚୁଛନ୍ତି ଲୋକେ । ତେବେ ଝାଡଖଣ୍ଡ ରାଞ୍ଜିରେ ଭଲ ବର୍ଷା ଆଶାରେ କିଛି ଆଦିବାସୀ ସଂପ୍ରଦାୟର ଲୋକେ ବିଷଧର ସାପ ଓ ନିଆଁ ଶହ ଖେଳିବାର ପରଂପରା ରହିଛି । ଏପରକି ପିଲାଠାରୁ ବୁଢା ପର୍ଯ୍ୟନ୍ତ ଦେହରେ କଣ୍ଟା ଫୋଢି ବିଭିନ୍ନ କଳା ପ୍ରଦର୍ଶନ କରନ୍ତି । ବିଶ୍ବାସ ରହିଛି ଏଭଳି କଲେ ଆରାଧ୍ୟ ଦେବୀ ସନ୍ତୁଷ୍ଠ ହେବେ ଓ ଭଲ ବର୍ଷା ହେବ । ଫଳରେ ଭଲ ଫସଲ ଅମଳ ହେବ । ବିଷଧର ସାପ ମାନଙ୍କ ସହ ଭୟଙ୍କର ଖେଳ ଖେଳନ୍ତି । ସାପକୁ ପାଟିରେ କାମୁଡିଧରନ୍ତି ଲୋକେ , ଦେହ ଆଉ ବେକରେ ମଧ୍ୟ ଗୁଡାଇ ହୋଇ ବୁଲନ୍ତି । ଆଉ କିଛି ଲୋକ ନିଆଁ ହୁଳାକୁ ମୁଣ୍ଡରେ ରଖି ନାଚନ୍ତି । କେହିକେହି ଦେହ,ହାତ ଓ ପାଟିରେ କଣ୍ଟା ଫୋଡି ବ୍ରତ ପାଳନ କରନ୍ତି। ତେବେ ଏସବୁ ଏମାନେ କାହିଁକି କରନ୍ତି । ଦେବୀ ମାଙ୍କୁ ସନ୍ତୁଷ୍ଟ ତକିବା ପାଇଁ ଝାରଖଣ୍ଡ ରାଞ୍ଚିର ଏକ ଆଦିବାସୀ ସଂପ୍ରଦାୟର ଏ ହେଉଛି ପରମ୍ପରା ଓ ବିଶ୍ବାସ । ବିଷଧର ସାପ ମାନଙ୍କ ସହ ଭୟଙ୍କର କ୍ରିଡା ପଦର୍ଶନ ସେମାନଙ୍କୁ ବିଲକୁଲ ଭୟଭୀତ କରିପାରେନି । ବଂର ସେମାନେ ଆନନ୍ଦ ନିଅନ୍ତି । କିଛି ଲୋକେ ଦେହରେ କଣ୍ଟାଫୋଡି ନିଜକୁ କଷ୍ଟ ଦେଇ ବ୍ରତ ମଧ୍ୟ ରଖନ୍ତି । ଏସବୁ କରିବାର ମୁଳ ଉଦେଶ୍ୟ ହେଉଛି ଭଲ ବର୍ଷା। ଏହି ପରମ୍ପାର ଆଜି କାଲିର ନୁହେଁ ,ପିଢି ପରେ ପିଢି ଚଳିଆସୁଛି । ଦେଖଣାହାରିମାନେ ମଧ୍ୟ ଆଦିବାସୀମାନଙ୍କ ଏଭଳି ଦୁଃସାହସିକତାକୁ ବେଶ ଉପଭୋଗ କରନ୍ତି। ରାଞ୍ଚିର ଆଦିବାସୀ ସଂପ୍ରଦାୟର ଏଭଳି ନିଆରା ବିଶ୍ବାସକୁ କିଛି ଅନ୍ଧବିଶ୍ବାସ ବୋଲି କହିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.