ଆଦିବାସୀଙ୍କୁ ସୁରକ୍ଷା ଦେବାରେ ପୋଲିସ ଏବଂ ପ୍ରଶାସନର ନିଷ୍କ୍ରିୟତା, ଜିଲ୍ଲାପାଳ ଅଫିସ ଘେରିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

Published By : Prameya-News7 Bureau | July 19, 2021 IST

ବଲାଙ୍ଗିର, ୧୯/୦୭: ଆଦିବାସୀଙ୍କ ସୁରକ୍ଷା ଦିଗରେ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ଦେଖିବାକୁ ମିଳିଛି । ଏହାର ପ୍ରତିବାଦ କରି ଆଜି ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଜିଲ୍ଲାରେ ବିଭିନ୍ନ ଆଦିବାସୀଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ଅବହେଳା କରୁଥିବା ସଂଘ ଅଭିଯୋଗ ଆଣିଛି ।

କୌଣସି ଆଦିବାସୀ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ସୁରକ୍ଷା ଦେଉଥିବା ସଂଘ କହିଛି । ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ସହ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.