ଆଦିବାସୀ ପୂଜକଙ୍କୁ ହତ୍ୟା, ଗାଁଠୁ ଦୁଇ କିଲୋମିଟର ଦୂରରେ ମିଳିଲା ରକ୍ତ ଜୁଡୁବୁଡୁ ମୃତ ଦେହ

Published By : Prameya-News7 Bureau | October 14, 2019 IST

ଚୌଦ୍ବାର୧୪|୧୦; ଜଣେ ଆଦିବାସୀ ବୃଦ୍ଧ ପୂଜକଙ୍କୁ ହତ୍ୟା କରାଯାଇଛି।ତାଙ୍କ ମୃତଦେହ ଗ୍ରାମ ନିକଟସ୍ଥ ଜୋର ନିକଟରୁ ଉଧାର କରାଯାଇଛି।ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ବାର ଥାନା କରଂଜି ପଂଚାୟତ ର ଗୋଡଧୁଆ ଅଂଚଳରେ। ମୃତକ ହେଉଛନ୍ତି ସଂପୃକ୍ତ ଅଂଚଳର ଜଣାଶୁଣା ଆଦିବାସୀ ପୂଜକ ଘନ ସୋରେନ ।

{"id":169959}

ଘନଙ୍କୁ  ଗତ ଶନିବାର ସନ୍ଧ୍ୟା ବେଳେ ନିକଟସ୍ଥ ସ୍ବମ ତିକରା ଗ୍ରାମର କ୍ରିଷ୍ନା  ଡାକିନେଇଥିଲା।ଏହା ପରଠାରୁ  ସେ ଘରକୁ ଫେରି ନଥିଲେ।ବହୁ ଖୋଜାଖୋଜି କରି ଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା।ଗତ କାଲି ଅପରାହ୍ନରେ ଗ୍ରାମର ଏକ ଗାଈ ଚରାଳି ଘନଙ୍କ ମୃତ ଦେହକୁ ଗ୍ରାମଠାରୁ ଦୁଇ କିଲୋମିଟର ଦୂର ଜୋର ନିକଟରେ ରକ୍ତ ଜଡ ବୁଡୁ ଅବସ୍ଥା ରେ ପଡିଥିବା ଦେଖିଥିଲେ।

{"id":169960}

ଏହି ଖବର ପାଇ ଚୌଦ୍ବାର ପୋଲିସ ପହଂଚି ଥିଲେ ମଧ୍ୟ ମୃତଦେହ ନିକଟକୁ ଯାଇନଥିଲେ।ସୋମବାର ସକାଳୁ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ମେଡିକାଲ କୁ ପଠାଇ ତଦନ୍ତ ଚଳାଇଛି ।

{"id":169961}

ଗତ ଦୁଇ ସପ୍ତାହ ମଧ୍ୟରେ ଚୌଦ୍ବାର ଥାନା ଅଂଚଳରେ ଏହା ଦ୍ଵିତୀୟ ହତ୍ୟାକାଣ୍ଡ।ଗତ୨୪ ଘଣ୍ଟା ମଧ୍ୟରେ ଚୌଦ୍ବାର ପୋଲିସ ଦୁଇ ଦୁଇଟି ଏନକାଉଣ୍ଟର କରିଥିଲେ ମଧ୍ୟ ଅପରାଧୀମାନେ ଅପରାଧ ଘଟାଇବାକୁ ପଛାଉ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.