ନିଆରା ଢଙ୍ଗରେ ଦଶହରା ପାଳନ କଲେ କେନ୍ଦୁଝରର ମୁଣ୍ଡା ସଂପ୍ରଦାୟ ଆଦିବାସୀ

Published By : Prameya-News7 Bureau | October 08, 2019 IST

କେନ୍ଦୁଝର ୮।୧୦: ବେଶ୍ ନିଆରା ଢ଼ଙ୍ଗରେ ଦଶହରା ପାଳନ କରୁଛନ୍ତି କେନ୍ଦୁଝରର ମୁଣ୍ଡା ସଂପ୍ରଦାୟ ଆଦିବାସୀ ।

{"id":167522}

କେନ୍ଦୁଝର ଜିଲ୍ଲା ତେନ୍ତୁଳିନଣ୍ଡା ଗାଁର ସାନ୍ତାଳ ଓ ମୁଣ୍ଡା ସଂପ୍ରଦାୟର ଲୋକମାନେ ଏହି ସମୟରେ ବିଭିନ୍ନ ପୋଷାକ ପିନ୍ଧି ଦେହରେ ରଙ୍ଗମାଖି ଗାଁ ଗାଁ ବୁଲି ଦାସେୟା ନାଚ କରିଛନ୍ତି । ଲାଉ ତୁମ୍ବ, ଢ଼ୋଲ ଓ ପିତ୍ତଳ ଥାଳିକୁ ଏମାନେ ବାଦ୍ୟ ରୂପେ ବ୍ୟବହାର କରି ବିଭିନ୍ନ ଖାଦ୍ୟ ଶସ୍ୟ ସଂଗ୍ରହ କରିଥାନ୍ତି । ଯାହାକୁ ଏକାଠି କରି ଗାଁର ଦେହୁରୀ ଗ୍ରାମଦେବୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି।

{"id":167521}

ସେହିପରି ବିଭିନ୍ନ ଗାଁରୁ ସଂଗ୍ରହ କରାଯାଇଥିବା ଟଙ୍କାରେ ଭୋଜିଭାତ କରି ହାଣ୍ଡିଆ ପିଇ ଖୁସି ମନାଇଥାନ୍ତି । ଏହି ପରମ୍ପରା ବେଶ୍ ପୁରୁଣା ବୋଲି କୁହନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.