ରହିଗଲା ସରକାରଙ୍କ ପ୍ରତିଶ୍ରୁତି- ନିଜ ଉଦ୍ୟମରେ ଆଦିବାସୀ ନିର୍ମାଣ କରୁଛନ୍ତି ରାସ୍ତା

Published By : Prameya-News7 Bureau | December 21, 2019 IST

ଚିତ୍ରକୋଣ୍ଡା ୨୧।୧୨ - ମାଲକାନଗିରି ଜିଲ୍ଲା ଚିତ୍ରକେ।ଣ୍ଡା ବ୍ଲକର ୫ ଟି ପଂଚାୟତକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କରିଛନ୍ତି ସରକାର। ଏହି ଅଞ୍ଚଳର ବିକାଶ ପାଇଁ ଗୁରୁ ପ୍ରିୟା ସେତୁ ନିର୍ମାଣ କରିବା ସହ ୧୦୦ କୋଟି ଟଙ୍କା ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । କିନ୍ତୁ ବିକାଶ ତ ଦୂରର କଥା ଅବସ୍ଥା କହିଲେ ନସରେ । ତେଣୁ ବାରମ୍ବାର ଦାବି କରି ନିରାଶ ହେବା ପରେ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରୁଛନ୍ତି ଅଞ୍ଚଳବାସୀ ।

ହାତରେ କେ।ଡି, କେ।ଦାଳ । ଚାଲିଛି ରାସ୍ତା ନିର୍ମାଣ । ଏମାନେ କେହି ଶ୍ରମିକ ନୁହନ୍ତି । ପ୍ରଶାସନ ନଶୁଣିବାରୁ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରୁଛନ୍ତି ମାଲକାନାଗିରି ଚିତ୍ରକେ।ଣ୍ଡା ସ୍ବାଭିମାନ ଅଞ୍ଚଳବାସୀ । ବିଚ୍ଛିନାଞ୍ଚଳ ପଣସପୁଟ , ଅଣ୍ଡ୍ରାପାଲି ,ଯୋଡାଆମ୍ବ , ଗାଜୁଲମାମୁଡି ଓ ମୁଦୁଲି ଗୁଡା ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳ ଭଣ୍ଡାର । ଲମତାପୁଟକୁ ଯିବାକୁ ହେଲା ଜଙ୍ଗଲ ପାହାଡ ପାଦ ଚଲା ରାସ୍ତା ସାଙ୍ଗକୁ ବିପଦସଙ୍କୁଳ ଅବସ୍ଥାରେ ୫ଟି ନଦୀ ପାର ହେବାକୁ ପଡେ । ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ହେଲେ ଲଞ୍ଚ ସାହାଯ୍ୟରେ ଚିତ୍ରକେ।ଣ୍ଡା ଯିବାକୁ ହୁଏ ନଚେତ ଭାର ହିଁ ଭରସା । କିନ୍ତୁ ରାସ୍ତା ଖଣ୍ଡେ ପାଇଁ କହି କହି ଥକି ଗଲେ ସିନା ହେଲେ ଶୁଣୁଛି କିଏ । ଶେଷରେ ବାଧ୍ୟ ହେ।ଇ ନିଜ ବ୍ୟବସ୍ଥା ନିଜେ କରିଛନ୍ତି ଲେ।କ ।

ରାତି ପାହିଲେ କେ।ଡି କେ।ଦାଳ ଧରି ଏକାଠି ହେଉଛନ୍ତି ଆନ୍ଧ୍ର ସୀମାନ୍ତ କିଛି ଗାଁ ଓ ସ୍ବାଭିମାନ ଅଞ୍ଚଳବାସୀ । ଶ୍ରମ ଦାନ କରି ଏଯାଏ ୫ କିଲେ।ମିଟର ରାସ୍ତା ନିର୍ମାଣ କରିସାରିଲେଣି । ହେଲେ ତଥାପି ଚେତୁନି ଜିଲ୍ଲା ପ୍ରଶାସନ । ତେଣୁ ସ୍ବାଭିମାନ ଅଞ୍ଚଳ ଘେ।ଷଣା କେବଳ ବିଚ୍ଛିନାଞ୍ଚଳବାସୀଙ୍କ ପାଇଁ ପରିହାସ ବେ।ଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଏନେଇ ମୁହଁ ଖେ।ଲୁନାହାନ୍ତି ପ୍ରଶାସନିକ ଅଧିକାରୀ ।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅଞ୍ଚଳର ବିକାଶ ହେବ ବେ।ଲି ସ୍ବପ୍ନ ଦେଖୁଥିଲେ ବିଚ୍ଛିନ୍ନାଞ୍ଚଳବାସୀ । କିନ୍ତୁ ବିକାଶ ତ ଦୂରର କଥା ଦିନେ ହେଲେ ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ କରାଗଲାନି । ତେଣୁ ଅଞ୍ଚଳବାସୀଙ୍କ ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ ପରେ ପ୍ରଶାସନ ଏଥିରୁ କିଛି ଶିକ୍ଷାଲାଭ କରିବା ଉଚିତ୍‌ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.