ଖରାଦିନେ ଆଦିବାସୀଙ୍କ ଜୀବନ ଧାରାରେ ହାଣ୍ଡିଆ ହୋଇଛି ମୃଦୁ ପାନୀୟ
21/05/2019 at 3:16 PM

ଜଳେଶ୍ବର ୨୧|୫: ଆଦିବାସୀଙ୍କ ଜୀବନ ଧାରାରେ ହାଣ୍ଡିଆର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଆଦିବାସୀମାନେ ବର୍ଷ ତମାମ ପିଉ ଥିଲେବି ଗରମ ଦିନରେ ହାଣ୍ଡିଆ ପିଇବାର ନିଶା କିଛି ଅଲଗା ଥାଏ।

ହାଣ୍ଡିଆକୁ ଯେ କେବଳ ଏକ ନିଶା ପାନୀୟ ଭାବେ ନେଇ ହେବ ଏହା କୁହା ଯାଇ ନ ପାରେ।ଆଦିବାସୀଙ୍କ ଜୀବନ ଧାରାରେ ହାଣ୍ଡିଆ କେଉ ଅନାଦି କାଳରୁ ନିଜର ସ୍ବାତନ୍ତ୍ର୍ୟ ଉପସ୍ଥିତି ଜାହିର କରି ଆସୁଛି।ବାହାଘର ହେଉ କିମ୍ବା ବ୍ରତ ଘର ଅଥବା ଶୁଦ୍ଧିଘର ନ ହଲେ ପର୍ବ ପର୍ବ।ଣୀରେ ସବୁଥିରେ ଘରେ ହିଁ ରନ୍ଧା ହେବ ହାଣ୍ଡିଆ ।ଆଉ ମେଳା ଯାତରା ତ ଅଲଗା କଥା ହାଣ୍ଡିଆ ପିଇ ମାତାଲ ନ ହଲେ ଘରକୁ ଆସିବାର ପ୍ରଶ୍ନ ଉଠୁନି।

ହାଣ୍ଡିଆ କାହିଁକି ପିଅନ୍ତି ଆଦିବାସୀ ମାନେ ଏ ନେଇ ବଳିଷ୍ଠ ଯୁକ୍ତି ରହିଛି ସେମାନଙ୍କର। ବାସି ଭାତ ଆଉ ବାଖରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହଉଥିବା ଏହି ହାଣ୍ଡିଆ ପିଇଲେ ରୋଗ ବ୍ୟାଧି ହୁଏ ନାହିଁ। ଦେହକୁ ଶକ୍ତି ମିଳେ। ପେଟ ଥଣ୍ଡା ରୁହେ ବୋଲି କହନ୍ତି ସେମାନେ। ଅନ୍ୟ ନିଶାପରି ଏହାକୁ ନିୟମିତ ପିଇଲେ ଶରୀର କ୍ଷତି ହୁଏ ନାହିଁ ବରଂ ଦେହ ମନ ସବୁ କିଛି ସୁସ୍ଥ ଓ ପ୍ରଫୁଲ୍ଲ ରୁହେ। କିନ୍ତୁ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଏଭଳି ଯୁକ୍ତିକୁ ସମର୍ଥନ କରନ୍ତି ନାହିଁ ।

ଆଦିବାସୀଙ୍କ ଲାଗି ଗ୍ରୀଷ୍ମର ପ୍ରକୋପ ଓ ଗୁଳୁଗୁଳି ସମୟରେ ହାଣ୍ଡିଆ ହେଉଛି ସୁସ୍ବାଦୁ ପାନୀୟ। ସାଧାରଣ ଲୋକେ ଥଣ୍ଡା ପାନୀୟ ଯଥା – ତରଭୂଜ , ଆଖୁରସ , କୋଲଡ୍ ଡ୍ରିଙ୍କସ୍ , ପିଉଥିଲା ବଳେ ସାନ୍ତାଳଙ୍କ ହାଣ୍ଡିଆ ଏହି ଗରମକୁ ବେଶ କମାଇଛି।ବାସ୍ତବରେ ଆଦିବାସୀଙ୍କ ଜୀବନ ଚର୍ଚ୍ଚ।ରେ ହାଣ୍ଡିଆର ଉପସ୍ଥିତି ନାହିଁ ତ ସାମାନଙ୍କ ଜୀବନର କିଛି ମୂଲ୍ୟ ବି ନାହିଁ।

ଏମିତି ଏକ ଅନୁଭବ ନେଇ ବଞ୍ଚୁଥିବା ଆଦିବାସୀଙ୍କ ଏହା ସରଳ ନିଷ୍କପଟତା ନୁହେଁ ତ ଆଉ କଣ ? ତେବେ ଯେ କୌଣସି ମାଦକ ଦ୍ରବ୍ୟର ଅତ୍ୟଧିକ ବ୍ୟବହାର ଶରୀର ପାଇଁ କ୍ଷତିକାରକ । ପ୍ରସ୍ତୁତି ବେଳେ ପରିଛନ୍ନତା ଉପରେ ଧ୍ୟାନ ନଦେବା କାରଣରୁ ଅନେକ ସମୟରେ ଅଘଟଣ ଘଟିବାର ମଧ୍ୟ ଆଶଂକା ରହିଥାଏ ।
