ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ତିତିର ସମିକ୍ଷା କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ
25/08/2018 at 6:20 AM

ମାଲକାନଗିରି ୨୫/୮ : ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ତିତିର ସମିକ୍ଷା କରିବା ଲାଗି ଆଜି ଦିନିକିଆ ଗସ୍ତରେ ଯାଇଥିଲେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ନୁପଦ ସେଠୀ। ହେଲିକ୍ୟାପଟର ଯୋଗେଁ ଆକାଶ ମାର୍ଗରୁ ମାଥିଲି ଓ ଖୈରପୁଟ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ମାଲକାନଗିରି ଠାରେ ପହଞ୍ଚିଥିଲେ । ପରେ ଜିଲ୍ଲାର ସମସ୍ତ ଅଧିକାରିଙ୍କ ସହ ସମିକ୍ଷା ବୈଠକ କରି ମନ୍ତ୍ରୀ ସୁଚନା ଦେଇଛନ୍ତି ଯେ ଚଳିତ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଟି ରାସ୍ତା ପାଣିରେ ଧୋଇ ହୋଇ ଯାଇଛି । ୫୦୦ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ୨୦୦ ରୁ ଉର୍ଧ ଲୋକଙ୍କ ଘର ଭାଙ୍ଗି ଯାଇଛି ବର୍ତ୍ତମାନ ସୁଦ୍ଧା କେବଳ ୨୦ କୋଟି ଟଙ୍କାର କ୍ଷୟ କ୍ଷତି ଆକଳନ କରାଯାଇଥିବା ବେଳେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପୁର୍ଣ ରିପୋର୍ଟ ଦେବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରମେଶ ମାଝି । ରାଜ୍ୟ ସରକାରଙ୍କୁ ରିପୋର୍ଟ ମିଳିବା ପରେ ଖୁବ ଶିଘ୍ର ଲୋକଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ମନ୍ତ୍ରୀ ରମେଶ ମାଝି କହିଛନ୍ତି ।