ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ : ୨ଯୁବକଙ୍କୁ ବାନ୍ଧିଲେ ଗାଁ ଲୋକ

Published By : Prameya-News7 Bureau | April 15, 2019 IST

ବାଘମାରି୧୫|୪: ୧୭ ବର୍ଷ ବୟସ୍କା ଜଣେ ଆଦିବାସୀ ଯୁବତୀଙ୍କୁ ୨ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଯୁବତୀ ଜଣଙ୍କ ଘରେ ଏକା ଥିବା ବେଳେ  ଦୁଷ୍କର୍ମ ହୋଇଛି।  ଦୁଷ୍କର୍ମ ବେଳେ ଯୁବତୀ ଚିତ୍କାର କରିବାରୁ ଗାଁ ଲୋକେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଯୁବକଙ୍କୁ କାବୁ କରିଥିଲେ । ପରେ ଗ୍ରାମବାସୀ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବକଙ୍କୁ ହେପାଜତକୁ ନେଇଛି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଘଟଣାର ଅନୁସଂଧାନ କରୁଛି।

ଘଟଣା ଘଟିଛି ଝାରଖଣ୍ଡର  ଜସିଡିହ ଅଞ୍ଚଳ ଅନ୍ତର୍ଗତ ବାଘମାରୀ ଗାଁରେ। ଗତ କାଲି ରାତିରେ ୨ଅଭିଯୁକ୍ତ ଏହି ଆଦିବାସୀ ଯୁବତୀ ଘରେ ଏକା ଥିବା ଜାଣି ତାର ଫାଇଦା ଉଠାଇଥିଲେ। ୨ ଅଭିଯୁକ୍ତ ଯୁବତୀଙ୍କ ଘରେ ଜବରଦସ୍ତ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଅଭିଯୁକ୍ତଙ୍କୁ ବାନ୍ଧି ପୋସିସକୁ ଘଟଣା ବିଷୟରେ ଜଣାଇଥିଲେ। ୨ ଜଣ ଯୁବକ ପୁନାସି ଡ୍ୟାମ୍‌ରେ କାମ କରୁଥିବା ଠିକାଦାରର ହାଇୱା ଚଲାନ୍ତି। ଗାଁ ଲୋକେ କମ୍ପାନୀର ଠିକାଦାର, ବିଭାଗୀୟ ଅଧିକାରୀଙ୍କୁ ଡାକିବା ଜିଦ୍‌ କରି ଦୁଇ ଜଣକୁ ଯିବାକୁ ଦେଇନଥିଲେ। ଗାଁ ଲୋକେ ଅଭିଯେଗ କରିଥିଲେ ଯେ, ପୁନାସି ଡ୍ୟାମ୍‌ରେ କାମ କରୁଥିବା ଲୋକେ ସବୁବେଳେ ଗାଁ ଲୋକଙ୍କୁ ଅତ୍ୟାଚାର କରନ୍ତି। ତେବେ ଏଥର ପରିସ୍ଥିତି ବହୁତ ଖରାପ ହୋଇସାରିଛି କାରଣ ସେମାନେ ଗାଁର ମହିଳାଙ୍କ ଇଜ୍ଜତ ସହ ଖେଳିଛନ୍ତି ବୋଲି ଗାଁ ଲୋକେ କହିଥିଲେ। ଲୋକେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.