Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କାଳିଆପାଣିର କଳା କାହାଣୀ: ଶିକ୍ଷାବୃତ୍ତି ପାଇଁ ଆସିଥିବା ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଉଲଗ୍ନ ଅବସ୍ଥାରେ ପଶିଗଲେ ହୋମଗାର୍ଡଙ୍କ ଘରେ

9/03/2021 at 6:32 PM

ଯାଜପୁର କାଳିଆପାଣି ଅଂଚଳରେ ଚାଞ୍ଚଲ୍ୟ । ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଘଟଣାରେ କାଳିଆପାଣି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣକ ଓଡ଼ିଶା ପୋଲିସର ଓଆଇଏସଏଫ୍‌ କାଳିଆପାଣି ୟୁନିଟ୍‌ରେ ଜଣେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ପୃଷ୍ଟି ଓରଫ କୁତୁଆ ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ଜେଲ ପଠାଇ ଦିଆଯାଇଛି । ଘଟଣାରେ ଅଧିକ  ଛାନଭିନ୍‌ ଜାରି ରଖିଛି ପୋଲିସ ।

ଯାଜପୁର ଜିଲ୍ଲାରେ ଜଘନ୍ୟକାଣ୍ଡ । କାଳିଆପାଣିର କଳା କାହାଣୀ ।  ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜଣେ ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବିଶ୍ବ ମହିଳା ଦିବସ ପୂର୍ବ ସଂଧ୍ୟାରେ ଯେତେବେଳେ ସରକାରୀ ଓ ବେସରକାରୀ ସ୍ଥର ରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା । ଯେତେବେଳେ ଆମ ସମାଜରେ ମହିଳାଙ୍କ ସୁରକ୍ଷା ଓ ସ୍ବାଭିମାନ ରକ୍ଷାକୁ ନେଇ ଭାଷଣବାଜି ପାଇଁ ସ୍କ୍ରିପ୍ଟ ଲେଖା ଚାଲିଥିଲା । ଠିକ୍‌ ସେତିକିବେଳେ ଅର୍ଥାତ୍‌ ଗଲା ୭ ତାରିଖ ସଂଧ୍ୟାରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗୀ ଖଣି ଅଂଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ନାବାଳିକା ଆଦିବାସୀ ଛାତ୍ରୀ । ଚାରି ଚାରି ଜଣ ଯୌନ ପିପାଷୁଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ ନାବାଳିକା ଜଣକ । ଏମିତିକି ଦୁର୍ବୃତ୍ତମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ି ଦୌଡ଼ି ଜଣେ ମହିଳା ହୋମଗାର୍ଡ଼ଙ୍କ ଘରେ ପଶିଯାଇଥିଲେ । ସଂପୃକ୍ତ ହୋମଗାର୍ଡ଼ଙ୍କ ଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା କାଳିଆପାଣି ପୋଲିସ । ଆଉ ପୋଲିସର ତୁରନ୍ତ ଆକ୍ସନ ଯୋଗୁଁ ଧରାପଡ଼ିଯାଇଥିଲେ ଜଣକ ପରେ ଜଣେ ଅଭିଯୁକ୍ତ ।

ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କାଳିଆପାଣି ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣକ ଓଡ଼ିଶା ପୋଲିସର ଓଆଇଏସଏଫ୍‌ କାଳିଆପାଣି ୟୁନିଟ୍‌ରେ ଜଣେ ରୋଷେୟା ଭାବେ କାର୍ଯ୍ୟକରୁଥିବା ସନ୍ତୋଷ ପୃଷ୍ଟି ଓରଫ କୁତୁଆ ବୋଲି ଜଣାପଡ଼ିଛି । ସେହିଭଳି ଅନ୍ୟ ଅଭିଯୁକ୍ତମାନେ ହେଲେ ରମେଶ ଚନ୍ଦ୍ର ମହାନ୍ତ ଓରଫ ସିଲୁ, ସତ୍ୟବ୍ରତ ବେହେରା ଓରଫ୍‌ ବବଲୁ ଓ ରବି ନାୟକ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ଜେଲ ପଠାଇଦିଆଯାଇଛି । ଡୁବୁରୀ ଅଂଚଳର ଏହି ଯୁକ୍ତଦୁଇ ଛାତ୍ରୀ ଜଣକ ନିଜ ସହପାଠୀଙ୍କ ସହ ଏକ ଘରୋଇ କମ୍ପାନୀଠାରୁ ଫେଲୋସିପ୍‌ ଆଓ୍ବାର୍ଡ଼ ଅର୍ଥ ନେବାକୁ ବ୍ରାହ୍ମଣୀପାଲ ଆସିଥିଲେ । ସଂଧ୍ୟା ହୋଇଯାଇଥିବାରୁ କାଳିଆପାଣିରେ ରହିଥିଲେ । ରାତିରେ କାଳିଆପାଣି ବଜାରକୁ ଯାଇଥିବା ବେଳେ ଛାତ୍ରୀ ଜଣଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ ଏହି ୪ ଅଭିଯୁକ୍ତ । ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ଘଟଣାର ଅଧିକ ଛାନଭିନ୍‌ ଜାରି ରଖିଛି । ଆମ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ଚାଲିଥିବା ଭାଷଣବାଜିର ପୋଲ୍‌ ଖୋଲିଦେଇଛି କାଳିଆପାଣିର ଏହି କଳା କାହାଣୀ । 

   Related Posts