Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଓଏଏସ ବାବୁଙ୍କ ହେଲା ବଦଳି, କାଲି ଗିରଫ ହୋଇଥିଲେ ଶ୍ୱଶୂର, ବିଜେପିର ପ୍ରଶ୍ନ- ଅଭିଯୁକ୍ତ ଅଫିସରଙ୍କୁ କାହିଁକି ସୁରକ୍ଷା ?

6/11/2020 at 7:39 PM

ଭୁବନେଶ୍ୱର, ୦୬୧୧ :    ରାଜଧାନୀରେ ଓଏଏସ ବାବୁଙ୍କ ଘରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୂରଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ସେପଟେ ଭୁବନେଶ୍ବର ଉତ୍ତର ଜୋନ୍‌ ଜେଡ୍‌ଡିସି ପ୍ରମୋଦ ପୃଷ୍ଟିଙ୍କୁ ବିଏମସି ହେଡ୍‌ ଅଫିସକୁ ବଦଳି କରାଯାଇଛି ।ତେବେ ଜଣେ ଆଦିବାସୀ ନାବାଳିକାଙ୍କୁ ସହାୟିକା ଭାବେ ଘରେ କାମ କରାଇ ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲଂଘନ କରିଥିବା ସରକାରୀବାବୁଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି କିମ୍ବା ଚାକିରିରୁ ବହିଷ୍କାର କରାଯାଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ରାଜଧାନୀରେ ଓଏଏସ୍‌ ଅଫିସରଙ୍କ ଘରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସରକାରୀ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୂରଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ପୋଲିସର ସ୍ବତନ୍ତ୍ର ଟିମ୍‌ ପ୍ରମୋଦଙ୍କ ଶ୍ବଶୂରଙ୍କୁ ଭୁବନେଶ୍ବରରୁ ଉଠାଇଥିବା କୁହାଯାଉଛି । ତେବେ ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ଏ ବାବଦରେ ମୁହଁ ଖୋଲୁନାହାନ୍ତି । ସେପଟେ ଜଣେ ଆଦିବାସୀ ନାବାଳିକାକୁ ବର୍ଷ ବର୍ଷ ଧରି  ଘରେ କାମ କରାଇ ଶିଶୁ ଶ୍ରମିକ ଆଇନ୍‌ର ଖୋଲାଖୋଲି ଉଲଂଘନ କରିଥିବା ପ୍ରମୋଦ ପୃଷ୍ଟିଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି ତାକୁ ନେଇ ଉଠିଛି ପ୍ରଶ୍ନ ।   

ରାଜଧାନୀରେ ଜଣେ ସରକାରୀ ବାବୁଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସୁଛି । ହେଲେ ଅଭିଯୋଗ ଆସିଥିବା ବାବୁ ଜଣକ ଖୁଲମଖୁଲା ବୁଲୁଛନ୍ତି । ହାଇକୋର୍ଟରୁ ଆଗୁଆ ଜାମିନ୍‌ ଆଣିବାକୁ ପ୍ରୟାସ୍‌ ଚଳାଇଛନ୍ତି । ହେଲେ ନା’ କମିଶନରେଟ୍‌ ପୋଲିସ ନା’ ଯାଜପୁର ପୋଲିସ କେହି ତାଙ୍କୁ ଗିରଫ କରିପାରୁନାହାନ୍ତି । ଏପଟେ ଭୁବନେଶ୍ବର ଉତ୍ତର ଜୋନ୍‌ ଜେଡ୍‌ଡିସି ପଦରୁ ପ୍ରମୋଦ ପୃଷ୍ଟିଙ୍କୁ ହଟାଇ ଯାଇ ତାଙ୍କ ଯାଗାରେ ପୁରନ୍ଦର ନନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି । ଆଉ ପ୍ରମୋଦ ପୃଷ୍ଟିଙ୍କୁ ବିଏମସି ହେଡ୍‌ ଅଫିସକୁ ବଦଳି କରାଯାଇଥିବା କୁହାଯାଉଛି ।   ଜଣେ ସରକାରୀ ଅଫିସର ହୋଇ ଜଣେ ଆଦିବାସୀ ନାବାଳିକାକୁ ଗଲା ୨ବର୍ଷ ଧରି ଘରେ କାମ କରାଉଥିଲେ, ଆଉ ତାଙ୍କରି ଘରେ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ ଭଳି ଅମାନବୀୟ ଘଟଣା ଘଟିଲା । ତା ପରେ ବି ସଂପୃ୍କ୍ତ ସରକାରୀ ବାବୁଙ୍କୁ ଏପର୍ଯ୍ୟନ୍ତ ଗିରଫ ତ ଦୂରର କଥା, ଚାକିରିରୁ ବହିସ୍କାର ମଧ୍ୟ କରାଯାଇନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ୍‌ । ଅଭିଯୁକ୍ତ ଓଏଏସ୍‌ ବାବୁଙ୍କ କିଏ ଓ କାହିଁକି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ତାହା ବୁଝା ପଡ଼ୁନି ।

ଗତକାଲି ଯାଜପୁର ଯାଇ ବାଲିଚନ୍ଦ୍ରପୁର ପୋଲିସ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ସହ ପୀଡ଼ିତା ପରିବାରକୁ ସୁରକ୍ଷା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଭରସା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ବାବୁଙ୍କ ଶ୍ବଶୂରଙ୍କୁ ଗିରଫ କରି ଚୁପ୍‌ ବସିପଡ଼ିଥିବା ପୋଲିସ ପ୍ରମୋଦ ପୃଷ୍ଟିଙ୍କୁ କେବେ ଗିରଫ କରୁଛି ତା’ ଉପରେ ରହିଛି ନଜର ।

   Related Posts