ଭୁବନେଶ୍ୱରରେ ଦୁଷ୍କର୍ମ, ବାଲିଚନ୍ଦ୍ରପୁରରେ ମାମଲା : ନାବାଳିକାକୁ ମାଲିକଙ୍କ ଶ୍ୱଶୂର ଗର୍ଭବତୀ କରିଥିବା ଅଭିଯୋଗ

Published By : Prameya-News7 Bureau | November 04, 2020 IST

ଚଣ୍ଡିଖୋଲ, ୦୪/୧୧:  ଦିନକୁ ଦିନ ଦୁଷ୍କର୍ମ ଅତ୍ୟାଚାର ଓ ନାରୀ ଅସଦାଚରଣ ଘଟଣା ବଢିଚାଲିଛି । ଏକ କୋମଳମତି ନାବାଳିକାକୁ ଜଣେ ବୃଦ୍ଧଙ୍କ ଦୁଷ୍କର୍ମ ମାମଲା ଏବେ ଆଲୋଡନ ସୃଷ୍ଟି କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତ ଜଣେ ବୃଦ୍ଧ । ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ଦୁଷ୍କର୍ମ ନେଇ ପୀଡିତାଙ୍କ ମାଆ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ।

{"id":356158,"sizeSlug":"large"}

ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଜୈନେକ ଆଦିବାସୀ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ କାମ ଦେବାକୁ ଭୁବନେଶ୍ବର ଆଣିଥିଲେ । ସେ ରାଜଧାନୀରେ ବସବାସ କରୁଥିବା ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ୩୦୦୦ ଟଙ୍କା ବେତନରେ କାମଧନ୍ଦା କରିବାକୁ ଛାଡିଥିଲେ । କିନ୍ତୁ ଆଦିବାସୀ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ପ୍ରମୋଦଙ୍କ ଶ୍ୱଶୁର ପ୍ରଫୁଲ ଧମକ ଚମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଦୁର୍ଗାପୂଜା ପାଇଁ ଝିଅ ଘରକୁ ଆସିବା ପରେ ଝିଅର ଅବସ୍ଥା ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହଜାତ ହୋଇଥିଲା । ଏପରିକି ଡାକ୍ତରଙ୍କ ପରାମର୍ଶ ନେବା ପରେ ପୀଡିତା ଗର୍ଭବତୀ ହୋଇଥିବା ଜଣା ପଡ଼ିଥିଲା ।

{"id":356157,"sizeSlug":"large"}

ଏ ନେଇ ମଙ୍ଗଳବାର ପୀଡିତା ବାଲିଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବାଲିଚନ୍ଦ୍ରପୁର ପୋଲିସ କେସ ନଂ ୩୦୬/୨୦ ଧାରା ୩୭୬,୩୧ଆର,୩୨ବି, ପୋକସୋ ଆଇନ୍ ୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆଜି ଯାଜପୁର ଡିଏସପି ଏସ ଟୁଡୁ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.